ଅଶ୍ୱତଥ୍‌ ପତ୍ରରେ ଭଲ ହେବ ଅନେକ ରୋଗ,ଏମିତି କରନ୍ତୁ ସେବନ

ଆର୍ୟୁବେଦରେ ଅଶ୍ୱତ୍‌ଥ (ଓସ୍ତ) ଗଛକୁ ଔଷଧୀୟ ଗୁଣର ଭଣ୍ଡାର ବୋଲି କୁହାଯାଏ । ଏହି ଗଛ ବହୁ ପ୍ରକାର ରୋଗ ଉପଚାର ପାଇଁ ଲାଭକାରୀ ହୋଇଥାଏ । ଓସ୍ତ ଗଛର ପତ୍ର ଚୋବାଇବା କିମ୍ବା ଡାଳରେ ଦାନ୍ତ ଘସିବାଦ୍ୱାରା ମୁହଁର ଦୁର୍ଗନ୍ଧ ଓ ପାଇରିଆ ଭଲ ହେଇଥାଏ ।

୧. ୫-୭ ଟି ସବୁଜ ଓସ୍ତ ପତ୍ରକୁ ୨୫୦ ମିଲି ଲିଟର ପାଣିରେ ଭଲ ଭାବରେ ଗ୍ରାଇଣ୍ଡ କରି ଦିଅନ୍ତୁ । ଏଥିରେ ୧ ଚାମଚ ମିଶ୍ରି ଗୁଣ୍ଡ ମିଶାଇ ସକାଳ ଓ ସନ୍ଧ୍ୟାରେ ପିଇଲେ ୟୁରିନ ସଂକ୍ରମଣ ସମସ୍ୟା ଭଲ ହୋଇଥାଏ ।

peepal tree.

୨. ୧୦ ଟି କଅଁଳ ଓସ୍ତ ପତ୍ରକୁ ୪୦୦ ଗ୍ରାମ ଦୁଧ ସହ ଭଲ ଭାବରେ ଫୁଟାଇ ଦିଅନ୍ତୁ । ତା’ପରେ ଏହାକୁ ଛାଣି କରି ଏଥିରେ ସ୍ୱାଦ ଅନୁସାରେ ମିଶ୍ରି ଗୁଣ୍ଡ ମିଶାଇ ଜଳଖିଆ ସମୟରେ ସକାଳେ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ସହ ମାନସିକ ଚାପ ହ୍ରାସ ପାଇଥାଏ ।

୩. ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗୁଥାଏ ତେବେ ଆପଣ ଓସ୍ତ ଗଛର କଞ୍ଚା ଚେର ନିଅନ୍ତୁ ଓ ଏହାକୁ ଦାନ୍ତରେ ଘସନ୍ତୁ । ବହୁତ ଲୋକ ସେମାନଙ୍କର ମୁହଁ ଖୋଲିବାକୁ ଭୟ କରନ୍ତି । କାରଣ ମୁହଁର ଗନ୍ଧ ସେମାନଙ୍କର ଆତ୍ମ ସମ୍ମାନ ନଷ୍ଟ କରିଥାଏ । ତେଣୁ ଆପଣ ଯଦି ଏପରି ରୋଗରେ ପୀଡିତ ତବେ ଭୟ କରିବାର ନାହିଁ । ସବୁଦିନ କିଛି ଓସ୍ତ ପତ୍ର ଚୋବାନ୍ତୁ ଦେଖିବେ ସବୁଦିନ ପାଇଁ ଆପଣଙ୍କ ମୁହଁର ଗନ୍ଧ ଚାଲିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.