୫ ମିନିଟ୍‌ରେ ଘରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ର ଏହି ମିଠା ଆଇଟମ୍‌, ପିଲାଙ୍କୁ ଖୁବ୍‌ ପସନ୍ଦ ଆସିବ

ବେଳେବେଳେ ଅତିଥିମାନେ ଘରକୁ ନ ଜଣାଇ ଚାଲିଆସିଥାନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ କଣ ଖୁଆଇବେ ତାହା ଅନେକ ଘରଣୀଙ୍କ ଚିନ୍ତା ପାଲଟିଥାଏ। ମହିଳାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଚକୋଲେଟ୍‌ର ଏକ ଏଭଳି ରେସିପି ଶିଖାଇବୁ, ଯାହାକୁ ମାତ୍ର ୫ ମିନିଟ୍‌ରେ ତିଆରି କରିପାରିବେ। ଆସନ୍ତୁ ଜାଣିବା ଚକୋଲେଟ୍‌ର ଏହି ଆଇଟମ୍‌ର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

ଚକୋଲେଟ୍‌ କେକ୍‌: ୬-୭ ପିସ୍‌
ପାଣି: ୩-୪ ଚାମଚ
କଫି: ୧ ପ୍ୟାକେଟ୍‌
ଫୁଲ କ୍ରିମ୍‌: ୧/୨ କପ୍‌
କଣ୍ଡେନ୍ସଡ ମିଲ୍କ: ୧-୨ କପ୍‌
ଡାର୍କ ଚକୋଲେଟ୍‌: ୧-୨ କପ୍‌

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ ସମସ୍ତ ଚକୋଲେଟ୍‌ କେକ୍‌କୁ ଭଲ ଭାବେ ଭାଙ୍ଗି ଦିଅନ୍ତୁ। ଏବେ ଏହାକୁ ଛୋଟ କପ୍‌ରେ ୨ ଚାମଚ ଲେଖାଏଁ ପୂରାନ୍ତୁ। ଏବେ ଆଉ ଏକ ଛୋଟ କପ୍‌ରେ ପାଣି ନେଇ ସେଥିରେ କଫି ପାଉଡର ପକାଇ ଗୋଳାନ୍ତୁ। ଏବେ ଏହି ମିଶ୍ରଣକୁ ଅଳ୍ପ ଅଳ୍ପ କରି ପାଉଡର ରଖିଥିବା କପ୍‌ରେ ପକାନ୍ତୁ। ଏବେ ଆଉ ଏକ ପାତ୍ରରେ କ୍ରିମ୍‌ ନେଇ ତାହାକୁ ଗୋଳାନ୍ତୁ। ପରେ ସେଥିରେ କଣ୍ଡେନ୍ସଡ ମିଲ୍କ ପକାଇ ୧୦ ମିନିଟ୍‌ ଗୋଳାନ୍ତୁ। ଏହି କ୍ରିମ୍‌କୁ ଏବେ ଦୁଇ ଭାଗ କରିଦିଅନ୍ତୁ। ଗୋଟିଏ ଭାଗରେ ଚକୋଲେଟ୍‌ ମିଶାଇ ଗୋଳାନ୍ତୁ। ଏବେ କେକ୍‌ ଥିବା କପ୍‌ରେ ପ୍ରଥମେ ଧଳା କ୍ରିମ୍‌ ରଖନ୍ତୁ। ଏହା ଉପରେ ଏବେ ଚକୋଲେଟ୍‌ ମିଶା କ୍ରିମ୍‌ର ଏକ ଲେୟାର ଦିଅନ୍ତୁ। ଏହା ଉପରେ ଚକୋଲେଟ୍‌ କେକ୍‌ର ଆଉ ଏକ ଲେୟାର ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଲେୟାର ଚକୋଲେଟ୍‌ ଡିଜର୍ଟ। ଏହା ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ବି ସେମିତି ଟେଷ୍ଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.