Below header

ଦୁନିଆରେ ରହିଛି ଏଭଳି ଦାମିକିଆ ଚା’, ଯାହାର ଦାମରେ କିଣି ହୋଇଯିବ ଘର, ଗାଡି ଠୁ ଆରମ୍ଭ କରି ବହୁତ କିଛି

ଥରେ ଭାବନ୍ତୁ ତ ଆପଣ ପିଉ ଥିବା ଚା’ ର ଦାମ୍ ଏମିତି କେତେ ହୋଇଥିବ? ୫ କିମ୍ୱା ୧୦ ଟଙ୍କା ଅଧିକା ହେଲେ ୨୦୦ ଟଙ୍କା । କିନ୍ତୁ ଆପଣ କଣ ଜାଣିଛନ୍ତି ଦୁନିଆରେ ଏମିତି ଚା’ ଅଛି ଯାହାର ଦାମ୍ ରହିଛି କୋଟିଏ ଟଙ୍କାରୁ ବି ଅଧିକ। ହୁଏତ ଆପଣ ଏହା ଶୁଣି ଭାବିଥିବେ ଏତେ ଟଙ୍କା ଦେଇ କିଏ କାହିଁକି ଚା ପିଇବ । କାରଣ ସେତିକି ଟଙ୍କାରେ ଜଣେ ସାଧାରଣ ପରିବାର ଘର ସହିତ ଅନେକ କିଛି ସଉକ କୁ ପୂରା କରିପାରିବ ।

ଚା’ ଏକ ଏମିତି ପାନୀୟ ପଦାର୍ଥ ଯାହା ସହିତ ଯୋଡି ହୋଇଥାଏ ଅନେକଙ୍କ ଇମୋସନ । କେହି କେହି ଏହାକୁ ନେଇ ଏତେ ଅଭ୍ୟସ୍ତ ଥାନ୍ତି ଯେ ଠିକ ସମୟରେ ଏହା ନମିଳିଲେ ଲୋକଙ୍କ ମୁଣ୍ଡ ବିନ୍ଧେ। ଖାସ କରି ଭାରତରେ ଏଇ କପେ ଚା’ ଥାଏ ସବୁଠୁ ଖାସ । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବିନା ଚା’ ରେ ରହି ପାରିବେନି। ଯେଉଁମାନଙ୍କ ମଧ୍ୟରେ ହୁଏତ ଆପଣ ବି ଥାଇ ପାରନ୍ତି। ଚା କୁ ନେଇ ଏମାନେ ଅଭ୍ୟସ୍ତ ଥାନ୍ତି । ତେବେ ଭାରତ ରେ ତ ଚା କୁ ନେଇ ଭିନ୍ନ ଭିନ୍ନ ଦାମ ରହିଛି । କେଉଁଠି ଆପଣ ଦାମିକିଆ ଚା ବି ପାଇଯିବେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ସବୁ ଚା ର ଲିଷ୍ଟ ଦେବୁ ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଏତିକି ଦାମ ରେ ଜଣେ ଘର ଗାଡି ସବୁ ଆରମ୍ ରେ କିଣି ପାରିବ ।

ଥରେ ଭାବନ୍ତୁ ତ ଆପଣ ପିଉ ଥିବା ଚା’ ର ଦାମ୍ ଏମିତି କେତେ ହୋଇଥିବ? ୫ କିମ୍ୱା ୧୦ ଟଙ୍କା ଅଧିକା ହେଲେ ୨୦୦ ଟଙ୍କା । କିନ୍ତୁ ଆପଣ କଣ ଜାଣିଛନ୍ତି ଦୁନିଆରେ ଏମିତି ଚା’ ଅଛି ଯାହାର ଦାମ୍ ରହିଛି କୋଟିଏ ଟଙ୍କାରୁ ବି ଅଧିକ। ହୁଏତ ଆପଣ ଏହା ଶୁଣି ଭାବିଥିବେ ଏତେ ଟଙ୍କା ଦେଇ କିଏ କାହିଁକି ଚା ପିଇବ । କାରଣ ସେତିକି ଟଙ୍କାରେ ଜଣେ ସାଧାରଣ ପରିବାର ଘର ସହିତ ଅନେକ କିଛି ସଉକ କୁ ପୂରା କରିପାରିବ ।

ତେବେ ଆଜି ଆସନ୍ତୁ ଜାଣିବା ଦୁନିଆର ମହଙ୍ଗା ଚା’ ବିଷୟରେ। ଦୁନିଆରେ ଏମିତି ଚା’ ଅଛି ଯାହାର ଦାମ୍ କାର ଦାମ ଠାରୁ ଢେର ମହଙ୍ଗା। ତେବେ ଏହି ଚା’ ର ଭଲ ଔଷଧୀୟ ଗୁଣ ମଧ୍ୟ ରହିଛି। କେବଳ ଭାରତ ନୁହେଁ, ଭାରତରୁ ଆରମ୍ଭ କରି ଜାପାନ, ଚୀନ୍ , ତୁର୍କୀ ପର୍ଯ୍ୟନ୍ତ ସମସ୍ତେ ଚା’ର ସ୍ୱାଦକୁ ଭଲ ପାଆନ୍ତି। ଚା’ର ଅନେକ ବଡ଼ ବ୍ରାଣ୍ଡ ଅଛି ଯାହା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଏ। ଏହି ଚା’ ଚାଷ ବହୁତ ଯତ୍ନର ସହିତ କରାଯାଇଥାଏ ଏବଂ ଏହାର ମୂଲ୍ୟ ଏତେ ଯେ ଏହାକୁ ପିଇବା ଏତେ ସହଜ ନୁହେଁ।

Da- Hong Pao Tea:
ପ୍ରଥମେ ଏହି ମହଙ୍ଗା ଚା’ ଲିଷ୍ଟରେ ଆସୁଛି ଚାଇନାରେ ଚାଷ ହେଉଥିବା Da- Hong Pao Tea। ଏହି ଚା’ ଦୁନିଆର ସବୁଠାରୁ ମହଙ୍ଗା ଚା’, ଯାହା ଚାଇନାର ଫୁଜିଆନ୍ ପ୍ରଦେଶର ୱୁଇ ପର୍ବତରେ ଚାଷ କରାଯାଏ। କେବଳ ଏତିକି ନୁହେଁ, ଏହାର ଚାଷ ପାଇଁ ଏହାକୁ ଏକ ଜାତୀୟ ଭଣ୍ଡାର ଭାବେ ଘୋଷଣା କରାଯାଇଛି। ଏହାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧.୨ ମିଲିୟନ୍ ଡଲାର୍ ଅର୍ଥାତ୍ ୯ କୋଟି ଟଙ୍କାରୁ ବି ଅଧିକ।

Panda Dung Tea:

ଲିଷ୍ଟର ଦ୍ୱିତୀୟରେ ଅଛି ମହଙ୍ଗା ଚା’ Panda Dung Tea । ଏହା ମଧ୍ୟ ଚାଇନାରୁ ଆସିଥାଏ। ଯଦି ଆପଣ ଭାବୁଛନ୍ତି ଏହାର ନାମ ଏପରି କାହିଁକି ତେବେ ଏହି ଚା ଚାଷରେ ପାଣ୍ଡା ପଶୁ ର Dung ବା ଗୋବର ସାର ଭାବରେ ବ୍ୟବହୃତ ହୁଏ। ତେଣୁ ଏହାର ନାମ ଏପରି ରହିଛି। ଏହି ଚା’ ପ୍ରଥମେ ଦକ୍ଷିଣ-ପଶ୍ଚିମ ଚାଇନାର ବ୍ୟବସାୟୀ ଆନ୍ ୟାନସିଙ୍କ ଦ୍ୱାରା ଚାଷ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଏଥିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ଯାହା ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ। ଏହାର କିଲୋ ପାଇଁ ଆପଣଙ୍କୁ ପ୍ରାୟ ୭୦ ହଜାର ଡଲାର ଅର୍ଥାତ୍ ୫୭ ଲକ୍ଷରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ।

Yellow Gold Tea Buds:
ଦୁନିଆର ତୃତୀୟ ମହଙ୍ଗା ଚା’ ସିଙ୍ଗାପୁରରୁ ଆସିଛି, ଯାହାର ନାମ Yellow Gold Tea Buds। ଏହା ଏକ ବିରଳ ଚା’ । ଯାହାର ପତ୍ର ସୁନା ଭଳି ଚମକୁଥାଏ । ବିଶେଷ କଥା ହେଉଛି ଏହାର ଚାଷ ସମୟରେ ଏହାର ପତ୍ର ବର୍ଷକୁ ଥରେ କଟାଯାଏ। କେବଳ ଏତିକି ନୁହେଁ, ଏହା ସୁନାର ଦା’ ରେ କଟାଯାଇଥାଏ। ଏହା ଚାଇନାର ରାଜା ମାନଙ୍କର ଚା ଭାବେ ଜଣାଶୁଣା। ଏହାର ପତ୍ର କାଟିବା ପରେ ଖରାରେ ଶୁଖାଯାଏ, ତା’ପରେ ଖାଇବା ପୂର୍ବରୁ ଏଥିରେ ୨୪-କ୍ୟାରେଟ ସୁନା ଖଣ୍ଡ ମଧ୍ୟ ଏହି ପତ୍ର ଉପରେ ଛିଞ୍ଚି ଦିଆଯାଏ ବୋଲି ଶୁଣିବାକୁ ମିଳିଛି । ଏହି ଚା’ର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୭,୮୦୦ ଡଲାର ଅର୍ଥାତ୍ ୬ ଲକ୍ଷରୁ ଅଧିକ।

Silver Tips Imperial Tea:
Silver Tips Imperial Tea ମଧ୍ୟ ଖୁବ୍ ମାହାଙ୍ଗା। ଏହାର ବିଶେଷ କଥା ହେଉଛି କେବଳ ପୂର୍ଣ୍ଣିମା ରାତିରେ ଏହି ଚା’ ପତ୍ର କଟାଯାଏ। ତାହା ପୁଣି କେବଳ ବିଶେଷଜ୍ଞଙ୍କ ଦ୍ଵାରା। ଏହା ଦାର୍ଜିଲିଂର ପାହାଡ ଉପରେ ଥିବା ମାକାବାରି ଚା’ ଇଷ୍ଟେଟରେ ଅମଳ ହୋଇଥିବା ଏକ ପ୍ରକାର ଓଲଙ୍ଗ ଚା’। ଏହା ହେଉଛି ଭାରତର ସବୁଠାରୁ ମହଙ୍ଗା ଚା’, ଯାହା ୨୦୧୪ ରେ ନିଲାମ ସମୟରେ କିଲୋଗ୍ରାମ ପିଛା ୧,୮୫୦ ଡଲାର ଅର୍ଥାତ୍ ୧ ଲକ୍ଷ ୫୦ ହଜାର ୭୨୪ ଟଙ୍କାରେ ବିକ୍ରି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.