Below header

ଖରା ଦିନେ ଜମା ବି ଭୂଲାନ୍ତୁନି ଏହି ୫ଟି ଫଳ, ସୁସ୍ଥ ରହିବ ଶରୀର

ଖରା ଦିନରେ ଅତ୍ୟଧିକ ଗରମ କାରଣରୁ କିଛି ଖିଆପିଆ କରିବାକୁ ଇଚ୍ଛା ହୁଏନାହିଁ । ଆଉ ଏହି କାରଣରୁ ଶରୀରରେ ଜଳସ୍ତର ମାତ୍ରା କମି ଯାଇ ଡିହାଇଡ୍ରେସନ ସମସ୍ୟା ଦେଖାଦିଏ । ତେଣୁ ଏହି ସମୟରେ ନିଜ ଖାଦ୍ୟପେୟରେ କିଛି ନିର୍ଦ୍ଦିଷ୍ଟ ଫଳ ସାମିଲ କଲେ ଶରୀରର ଏହି ସମସ୍ୟା ଦୂର ହେବା ସହ ଜଳସ୍ତର ବଢିଥାଏ । ଏହା ସହ ଶରୀରର ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବା ସହ ରୋଗ ଦାଉରୁ ମଧ୍ୟ ସୁରକ୍ଷା ମିଳିଥାଏ । ତେବେ ଏହି ଫଳ ଗୁଡିକ ବିଷୟରେ ଜାଣିବା ।

ଆମ୍ବ:

ପ୍ରାୟ ପ୍ରତ୍ୟକ ଲୋକଙ୍କର ଆମ୍ବ ପ୍ରିୟ ହୋଇଥାଏ । ଗ୍ରୀଷ୍ମ ଋତୁରେ ମିଳୁଥିବା ଏହି ଫଳ ଟିକୁ ଲୋକେ ଖୁବ ଆଗ୍ରହର ସହ ଖାଉଥିବା ଦେଖାଦିଏ । ଏଥିରେ ଆବଶ୍ୟକୀୟ ପୋଷାକ ତତ୍ତ୍ୱ ଥିବା ସହ ୮୬  ପ୍ରତିଶତ ପାଣି ଥାଏ । ତେଣୁ ଏହି ସମୟରେ ଆମ୍ବ ଖାଇଲେ ଲାଭ ମିଳିଥାଏ ।

mango  ଖରଭୁଜ: 

ଏହି ଫଳଟି ବି ଖରା ଦିନରେ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିରେ ଉପଯୁକ୍ତ ଭିଟାମିନ, ମିନେରାଲସ ଥିବା ସହ ୯୫ ପ୍ରତିଶତ ପାଣି ଥାଏ । ତେଣୁ ଖାଇବା ଦ୍ୱରା ଶରୀରକୁ ଥଣ୍ଡା ଲାଗିବା ଫ୍ରେସ ଅନୁଭବ ହୋଇଥାଏ ।

water milon

ନଡ଼ିଆ ପାଣି:

ସୁସ୍ଥ ରହିବା ପାଇଁ ନଡ଼ିଆ ପାଣି ଖୁବ ଉପକାରୀ । ଅନ୍ୟ ଫଳ ଗୁଡିକ ପରି ଏଥିରେ ମଧ୍ୟ ଭିଟାମିନ, କ୍ୟାଲସିୟମ, ଫାଇବର ପରି ଅନ୍ୟ ପୋଷାକ ତତ୍ତ୍ୱ ସମେତ ଆଣ୍ଟି ଆକ୍ସିଡେଣ୍ଟ ବି ଥାଏ । ଶରୀରର ପାଚନ ତନ୍ତ୍ର ମଜବୁତ କରିବାରେ ବି ଏହା ବେଶ ଉପକାରୀ ।

ତରଭୁଜ:

ତରଭୁଜ ବି ଏକ ଋତୁକାଳୀନ ଫଳ । ଖରଭୁଜ ପରି ଏହି ଫଳରେ ମଧ୍ୟ ଭରପୁର ପାଣି ଓ ପୋଷାକ ତତ୍ତ୍ୱ ଥଏ । ତେଣୁ ନିୟମିତ ଏହି ଫଳ ସେବନ କଲେ ଶରୀରର ଜଳସ୍ତର ଠିକ ରହିବା ସହ ଅନେକ ଲାଭ ମିଳିଥାଏ ।

apple ସେଓ:

ସେଓ ବି ଏକ ଗୁଣକାରୀ ଫଳ । ଡାକ୍ତରଙ୍କ ଅନୁଯାୟୀ ସକାଳେ ଯିଏ ଗୋଟିଏ ସେଓ ଖାଇବେ ତାଙ୍କୁ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଆପଣ ଏହାକୁ ଏମିତି ଖାଇବା ସହ ଫ୍ରୁଟ ସାଲାଡ଼, ଖିରି, ଜୁସ ଆଦି ମାଧ୍ୟମରେ ବି ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.