ରାତିରେ ଅଧିକ ସମୟ କାମ କଲେ ମହିଳାଙ୍କୁ ହୋଇଥାଏ କର୍କଟ

କିଛି ଦିନ ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା ମହିଳା ମାନଙ୍କୁ କର୍କଟ ହେବାର ଅଧିକ ସମ୍ଭାବନା ରହିଥାଏ। ରାତିରେ କାମ କରିବା ଦ୍ୱାରା ମହିଳା ମାନଙ୍କ ମଧ୍ୟରେ କର୍କଟ ହେବାର ସମ୍ବାବନା ୧୯ ପ୍ରତିଶତ ଅଧିକ ବଢ଼ିଯାଏ । ଗବେଷଣାରୁ ଜଣାପଡ଼ିଛି ରାତିରେ ଅଧିକ ସମୟ କାମ କରୁଥିବା ମହିଳାଙ୍କ ମଧ୍ୟରେ ୪୧ ପ୍ରତିଶତ ଚର୍ମ କର୍କଟ , ୩୨ ପ୍ରତିଶତ ସ୍ତନ କର୍କଟ ଏବଂ ୧୮ ପ୍ରତିଶତ ଗର୍ଭ କର୍କଟର ଆଶଂଙ୍କା ଅଧିକ ରହିଥାଏ।
” ରାତିରେ ଅଧିକ ସମୟ କାମ କରିବା ଏବଂ କର୍କଟର ସଂପୂର୍ଣ୍ଣ ସଂଯୋଗ ରହିଛି। ଆଗରୁ ମଧ୍ୟ ଏହା ପ୍ରମାଣିତ ହୋଇଛି ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଆଲୋକ ସଂପର୍ଶରେ ଆସିବା ଦ୍ୱାରା ଶରୀରରେ ମେଲାଟୋନିନ୍ର ମାତ୍ରା କମ ହୋଇଥାଏ ଯାହା ଫଳରେ କମ ନିଦ୍ରା ହୋଇଥାଏ। ଏହା ଦ୍ୱାରା ମହିଳା ମାନଙ୍କ ଶରୀରରେ କର୍କଟ ହେବାର ସମ୍ଭାବନା ଅଧିକ ହୋଇଥାଏ “, ବୋଲି କହିଛନ୍ତି ଚାଇନାର ଶିନଚୁଆନ ବିଶ୍ୱବିଦ୍ୟାଳୟର ସହ ପ୍ରୋଫେସର ଶୁଲେଇ ମା ।
ଏହି ଗବେଷଣାକୁ ଉତ୍ତର ଆମେରିକା, ଏସିଆ , ୟୁରୋପ ଏବଂ ଅଷ୍ଟ୍ରେଲିଆର ୪୦ ଲକ୍ଷ ମହିଳାଙ୍କ ମଧ୍ୟରେ କରାଯାଇଥିଲା ଯେଉଁମାନେ ରାତିରେ ଅଧିକ ମସୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି। ପ୍ରାୟ ୬୧ଟି ଗବେଷଣାର ରିପୋର୍ଟକୁ ଅନୁସନ୍ଧାନ କରିବା ପରେ ଏହା ପ୍ରମାଣିତ ହୋଇଥିଲା ।ଏଥିରୁ ଜଣାପଡ଼ିଥିଲା ଉତ୍ତର ଆମେରୀକା ଏବଂ ୟୁରୋପର ଅଧିକ ମହିଳା ରାତ୍ରିରେ ଅଧିକ ସମୟ କାମ କରିବା ଦ୍ୱାରା ସ୍ତନ କର୍କଟର ଶୀକାର ହୋଇଛନ୍ତି। ରାତିରେ ଅଧିକ ସମୟ ଧରି କାମ କରୁଥିବା ମହିଳା ମାନଙ୍କୁ ଦୈନିକ ଡ଼ାକ୍ତରୀ ପରୀକ୍ଷା କରିବା ଆବଶ୍ୟକ । ବୋଲି କର୍କଟ ଏପିଟୋମିଲୋଜି ପତ୍ରିକାରେ ପ୍ରକାଶ ପାଇଛି।