ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ବାସ୍ତୁଦୋଷ ହୋଇଯିବ ଦୂର

ବାସ୍ତୁଦୋଷ ଦୂର କରିବା ପାଇଁ ଅନେକ ଉପାୟ ରହିଛି । ଘରେ ବାସ୍ତୁଦୋଷ ରହିବା ଏକ ସାଧାରଣ କଥା। ବାସ୍ତୁଶାସ୍ତ୍ରବିତମାନେ ଏହାପାଇଁ ଅନେକ ନିୟମ ବାହାର କରିଛନ୍ତି। କିନ୍ତୁ ସେହି ସବୁ ନିୟମକୁ ମାନି ଚଳିବା କିମ୍ବା ହୋମଯଜ୍ଞାଦି କରିବା କଷ୍ଟକର ହୋଇଥାଏ । ଏଥିପାଇଁ କିଛି ସହଜ ଓ ସରଳ ଉପାୟ ମଧ୍ୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ଏଭଳି ଏକ ସରଳ ଉପାୟ ହେଉଛି ଶୁକ୍ରବାର ଦିନ ଆପଣ ନିଜ ପୂଜା ଘରେ ଓ ଡ୍ରଇଂ ରୁମରେ ସୁଗନ୍ଧିତ ଫୁଲ ରଖନ୍ତୁ । ପରଦିନ ସେହି ଫୁଲକୁ ନେଇ କୌଣସି ଜଳାଶୟରେ ପକାଇ ଦିଅନ୍ତୁ ।

-ଧ୍ୟାନ ରଖନ୍ତୁ ସେହି ଫୁଲକୁ ବାହାରେ କିମ୍ବା କୌଣସି ଡଷ୍ଟବିନରେ ପକାନ୍ତୁ ନାହିଁ।

-ଘରର ଛାତ ଉପରେ ଐଶାନ୍ୟ କୋଣରେ ଏକ ତୁଳସୀ ଗଛ ରଖନ୍ତୁ । ଏଭଳି କରିବା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।

-ଦକ୍ଷିଣ ଦିଗରେ ସବୁବେଳେ ଅଧିକ ଗାଢ଼ ରଙ୍ଗର ପରଦା ଲଗାନ୍ତୁ ।

-ଆଜିକାଲି ଭଙ୍ଗା କାଚରେ ବିଭିନ୍ନ ସୁନ୍ଦର ସୁନ୍ଦର ଘର ସଜାଇବା ପ୍ରସ୍ତୁତ କରାଯାଉଛି । ଏହା ଆକର୍ଷଣୀୟ ଦେଖାଯାଉଥିଲେ ମଧ୍ୟ କେବେ ମଧ୍ୟ ଏହାକୁ କିଣି ଘର ସଜାନ୍ତୁ ନାହିଁ । ଏହାଦ୍ୱାରା ସବୁଠାରୁ ଅଧିକ ପରିମାଣରେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ।

Leave A Reply

Your email address will not be published.