Below header

ପ୍ରୋଟିନ୍‌ ପାଉଡର ଖାଇବାରେ ଏଭଳି ଭୁଲ୍‌ କରୁଛନ୍ତି କି? କେବେ ବି ବଢ଼ିବନି ଆପଣଙ୍କ ଓଜନ

ସାଧାରଣତଃ ଲୋକେ ଅଭିଯୋଗ କରନ୍ତି, ପ୍ରୋଟିନ୍‌ ପାଉଡର କିମ୍ବା ୱେଟ୍‌ ଗେନର୍‌ ଲଗାତାର ଉପଯୋଗ କରିବା ସତ୍ତ୍ୱେ ଏହାର କୌଣସି ଖାସ୍‌ ପ୍ରଭାବ ପଡ଼ି ନ ଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କାହିଁକି ଏହି ପ୍ରୋଟିନ୍‌ ପାଉଡର ଶରୀର ଉପରେ ପ୍ରଭାବ ପକାଇ ନ ଥାଏ? ଯଦି ଆପଣ ଅସଲି ପାଉଡର ନେଉଛନ୍ତି, ତା’ହେଲେ ଏହା କାମ କରିବ। କିନ୍ତୁ ସର୍ତ୍ତ ଅଛି, ଆପଣଙ୍କୁ ଏହି କାମକୁ କରାଇବାକୁ ପଡ଼ିବ।

ଆମର ସବୁଠାରୁ ବଡ଼ ଭୁଲ୍‌ ଏହା ଯେ ଶରୀରର ଦୈନନ୍ଦିନ ଆବଶ୍ୟକତା ନ ଦେଖି ପ୍ରୋଟିନ୍‌ ପାଉଡରକୁ ଖର୍ଚ୍ଚ କରିଦେଇଥାଉ। ଆପଣ ହୁଏତ ନୋଟିସ୍‌ କରିଥିବେ, ପ୍ରତ୍ୟେକ ଡବା ଉପରେ ଲେଖାଯାଇଥାଏ ‘ଟେକ୍‌ ଇଟ୍‌ ବିଟୁଇନ୍‌ ମିଲ୍ସ’। ଅର୍ଥାତ୍‌ ଦୁଇଟି ଭୋଜନ ମଝିରେ ଏହାକୁ ସେବନ କରନ୍ତୁ, ଯାହାର ସିଧା କଥା ହେଲା, ପାଉଡରକୁ ନା ଖାଲି ପେଟରେ ସେବନ କରନ୍ତୁ ନା ସେବନ କରିସାରିବା ପରେ ଅଧିକ ବ୍ୟବଧାନ ରଖି ଖାଦ୍ୟ ଗ୍ରହଣ କରନ୍ତୁ। ଯଦି ଆପଣ ଏହାକୁ ଖାଲି ପେଟରେ କିମ୍ବା ବିନା ଡାଏଟ୍‌ ଫୁଡ୍‌ରେ ନେବେ, ତା’ହେଲେ ଏହା ଆପଣଙ୍କର ମସଲ୍ସ ବନାଇବାରେ କୌଣସି ସାହାଯ୍ୟ କରିବନି, ବରଂ ଖାଦ୍ୟର ଆବଶ୍ୟକତାକୁ ପୂରଣ କରିବ।

ଶରୀରକୁ ଏନର୍ଜି ବା ଶକ୍ତି ଦରକାର। ଯଦି ଆପଣ ଫ୍ୟାଟ୍‌ ନେବେ, ତା’ହେଲେ ଶରୀର ତା’ଠାରୁ ଏନର୍ଜି ଗ୍ରହଣ କରିବ। ଯଦି ପ୍ରୋଟିନ୍‌ ନେବେ, ଶରୀରକୁ ଏନର୍ଜି ମିଳିଯିବ। ପ୍ରୋଟିନ୍‌ ଖାଇ ଆପଣ ମସଲ୍ସ ବନାଇବା କାମ କରିନେବା ଉଚିତ ଏବଂ ଫ୍ୟାଟ୍‌ରୁ ଏନର୍ଜିର ଆବଶ୍ୟକତାକୁ ପୂରଣ କରିଦେବା ଉଚିତ।

ଏହାସହ ପଢ଼ନ୍ତୁ: କ୍ଷୀରରେ ମିଶାଇ ପିଅନ୍ତୁ ଏହି ଗୋଟିଏ ଜିନିଷ, କେବେ ବି ପାଖ ମାଡ଼ିବନି କ୍ୟାନସର

ଯଦି ଆପଣ ସକାଳୁ ଜିମ୍‌ ଯାଉଛନ୍ତି, ଏହାପୂର୍ବରୁ ସବୁବେଳେ ପ୍ରଚୁର କାର୍ବୋହାଇଡ୍ରେଟ୍‌ ଖାଆନ୍ତୁ। ଆପଣଙ୍କୁ ଏହା ଜାଣିବାକୁ ପଡ଼ିବ, ଜିମ୍‌ କରିବାର କେତେ ସମୟ ପୂର୍ବରୁ କ’ଣ ଖାଇବା ଉଚିତ। ଜିମ୍‌ ପରେ ଆପଣ ପ୍ରୋଟିନ୍‌ ପାଉଡର୍‌ କିମ୍ବା ୱେଟ୍‌ ଗେନରକୁ ପାଣି ବଦଳରେ କ୍ଷୀର, ବଟରମିଲ୍କ ନଚେତ୍‌ ଜୁସ୍‌ରେ ପକାଇ ପିଇପାରିବେ। ଏପରି କି, ଆପଣ ଚାହିଁଲେ ଏଥିରେ କଦଳୀ ପକାଇ ସେକ୍‌ ବନାଇ ଖାଇପାରିବେ। ଏହାଛଡ଼ା ପ୍ରୋଟିନ୍‌ ପାଉଡର ନେବା ପରେ ଆପଣ ବ୍ରେକ୍‌ଫାଷ୍ଟ କରିପାରିବେ। ଏମିତିରେ ବଡି ବିଲ୍ଡିଂରେ ଏକ ସମୟ ଥାଏ, ଯେତେବେଳେ ଆମକୁ ପ୍ରୋଟିନ୍‌ ପାଉଡରକୁ ପାଣିରେ ନେବାକୁ ପଡ଼ିଥାଏ ଏବଂ ଡାଏଟ୍‌କୁ ବି କମ୍‌ ରଖିବାକୁ ପଡ଼ିଥାଏ। କିନ୍ତୁ ସେହି ସମୟ ତୃତୀୟ ସ୍ତରରେ ଆସିଥାଏ, ପ୍ରଥମରୁ କେବେ ବି ଆସି ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.