ଜାଣିଛନ୍ତି ଆପଣଙ୍କ ଜିନ୍ସ ପକେଟରେ ଥିବା ମିନି ପକେଟର କାମ କଣ ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ବନାଯାଇଛି ?

ଆଜିକାଲି ଜିନ୍ସ ପିନ୍ଧିବା ଏକ ସାଧାରଣ କଥା ହୋଇଗଲାଣି। ପିନ୍ଧିବାକୁ ସହଜ ଏବଂ ଆରାମ ଲାଗୁଥିବା ଜିନ୍ସକୁ ଉଭୟ ଝିଅ ଏବଂ ପୁଅ ପିନ୍ଧୁଛନ୍ତି। ଜିନ୍ସରେ ଦୁଇଟି ପକେଟ ଆଗରେ ଏବଂ ଦୁଇଟି ପଛରେ ରହିଥାଏ। କିନ୍ତୁ ଆପଣ କେବେ ନୋଟିସ କରିଛନ୍ତି ଜିନ୍ସ ଆଗରେ ଥିବା ପକେଟରେ ଏକ ଛୋଟ ପକେଟ ରହିଛି। ଆପଣଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ଦେଖିଥିବେ କିନ୍ତୁ କେବେବି ଏହାର ବ୍ୟବହାର ଜାଣିନଥିବେ। ଆଜି ଆମେ ଆପଣଙ୍କୁ ଜିନ୍ସରେ ଥିବା ଏହି ଛୋଟ ପକେଟର ରହସ୍ୟ କହିବୁ।

pantଜିନ୍ସରେ ଏହି ମିନି ପକେଟକୁ ପ୍ରଥମେ ଲେଭି ଷ୍ଟ୍ରୋସ୍‌ ନାମକ କମ୍ପାନୀ ଆରମ୍ଭ କରିଥିଲା। ଯାହାକୁ ଆଜି ଆମେ ଲିଭାଇସ ବ୍ରାଣ୍ଡ ନାମରେ ଜାଣିଛନ୍ତି। ଆଗରୁ ଏହି ମିନି ପକେଟକୁ ଓ୍ଵଞ୍ଚ ପକେଟ ନାମରେ ଜଣାଯାଇଥାଏ। ଏହି ମିନି ପକେଟକୁ ଘଡି ରଖିବା ପାଇଁ ପ୍ରସ୍ତୁତ କରାଯାଇଥିଲା।

ଏହାସହ ପଢନ୍ତୁ : ଏହି ଯୁବତୀଙ୍କ ପାଇଁ କାଳ ସାଜିଲା ବେଡରୁମ୍‌ ସେଲଫି, ଖୋଲିଲା ଏମିତି ରାଜ ଯେ ପୋଲିସ କଲା ଗିରଫ

କୁହାଯାଏ ଯେ ୧୮ବିଂଶ ଶତାବ୍ଦୀରେ ଘଡିକୁ ଏହି ଛୋଟ ପକେଟରେ ରଖାଯାଉଥିଲା। ସେବେଠାରୁ କମ୍ପାନୀ ଏହି ମିନି ପକେଟ ବନାଇବା ଆରମ୍ଭ କଲେ।କମ୍ପାନୀ କହିବାକୁଯାୟୀ ଏହି ଛୋଟ ପକେଟକୁ ସ୍କ୍ରାଚ୍‌ ପଡିବା ସମ୍ଭାବନା ବହୁତ କମ୍‌ ରହିଥାଏ। ଏହି ପକେଟରେ ରଖିଥିବା ଜିନିଷ ସୁରକ୍ଷିତ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.