ଟାଇପ୍‌ ୨ ମଧୁମେହ ବ୍ୟକ୍ତି ଏମିତି ରଖିପାରିବେ ନବରାତ୍ରୀ ବ୍ରତ

ଡାଇବେଟିସ୍‌ ପରେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଡାଇବେଟିସ୍‌ ରୋଗୀଙ୍କୁ କୌଣସି ଓଷାବ୍ରତ ରଖିବା ଏବଂ ମିଠା ଖାଦ୍ୟ ଖାଇବାକୁ ମନା କରାଯାଇଥାଏ। ଠିକ୍‌ ସମୟରେ ଭୋଜନ ନ କଲେ ସମସ୍ୟା ଆହୁରି ବଢ଼ିଯାଏ। ଏମିତିରେ ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ ଟାଇପ୍‌ ୨ ଡାଇବେଟିସ୍‌ ରୋଗୀ ନବରାତ୍ରୀ ବ୍ରତ ରଖିପାରିବେ କି? ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛୁ କିଛି ଟିପ୍ସ।

-ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ସବୁ ସମୟରେ ସମାନ ନ ଥାଏ। ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉପବାସର କିଛି ଦିନ ପୂର୍ବରୁ ଜଣେ ମଧୁମେହ ରୋଗୀଙ୍କୁ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ। ଖାଦ୍ୟ ବିଶେଷଜ୍ଞ କ୍ୟାଲୋରୀ ଏବଂ ପୋଷକ ଥିବା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି।

-ଲୋକେ ନବରାତ୍ରୀ ସମୟରେ ଦୁଇ ପ୍ରକାରର ଉପବାସ ବ୍ରତ ପାଳନ କରିଥାଆନ୍ତି। କିଛି ଲୋକ କେବଳ ପାଣି କିମ୍ବା ତରଳ ପଦାର୍ଥ ସେବନ କରିଥାଆନ୍ତି। ଆଉ କିଛି ଲୋକ ଖାଦ୍ୟରେ ଫଳ ଏବଂ ଅନ୍ୟ ସାମଗ୍ରୀ ସାମିଲ କରିଥାଆନ୍ତି। ଯଦି ଆପଣ ମଧୁମେହର ଶିକାର ହୋଇଛନ୍ତି, ତା’ହେଲେ ପାଣି କିମ୍ବା ତରଳ ପଦାର୍ଥରେ ଉପବାସ କରିପାରିବେ ନାହିଁ।

ଏହାସହ ପଢ଼ନ୍ତୁ: ଯଦି ଆପଣ ସମସ୍ୟା ଘେରରେ ଅଛନ୍ତି, ତା’ହେଲେ ଆଜି ହିଁ ପିନ୍ଧନ୍ତୁ ହଳଦୀ ମାଳି

-ଡାଇବେଟିସ୍‌ ରୋଗୀ ନବରାତ୍ରୀରେ କିଛି ଭୋଜନ ଏବଂ ଫଳ ସାମିଲ କରିବା ଉଚିତ। ନିଜର ବୟସ ଏବଂ ଶାରୀରିକ ଆବଶ୍ୟକତା ଅନୁସାରେ, ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।

-ନଟସ୍‌, ଫଳ ଏବଂ ଲାଉ ଭଳି ପରିବାରୁ ପ୍ରସ୍ତୁତ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଶରୀରକୁ ଶକ୍ତି ଦେବା ପାଇଁ ଆପଣ ଗହମ ଡାଲି ମିଶାଇ ଦଲିୟା ପ୍ରସ୍ତୁତ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.