PETA India: ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ମିଲ୍କ ପ୍ରଡକ୍ଟର କରନ୍ତୁ ସେବନ

ଦୁନିଆରେ ଲୋକସଂଖ୍ୟା ବୃଦ୍ଧି ହେଉଥିବା ଦେଖି ପେଟା ଇଣ୍ଡିଆ ତରଫରୁ ନୂଆ ନିଷ୍ପତ୍ତି ନିଆଯାଇଛି । କେବଳ ଗୋ ଦୁଗ୍ଧ ନୁହେଁ ବରଂ ପ୍ରକୃତିରେ ଏମିତି ଅନେକ ଖାଦ୍ୟ  ରହିଛି ଯେଉଁଥିରୁ କ୍ଷୀର ଉତ୍ପନ୍ନ ହୋଇପାରିବ । ଯାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏହି ପ୍ରଡକ୍ଟସ ଉତ୍ପାଦନ ହେବାଦ୍ୱାରା ଅନେକ ଫାଇଦା ମଧ୍ୟ ମିଳିବ । ଏହାକୁ ଦୃଷ୍ଟିରେ ରଖି ପେଟା ଇଣ୍ଡିଆ ତରଫରୁ ଏକ ବିକଳ୍ପ ପନ୍ଥା ବାହାର କରାଯାଇଛି ।

ପେଟା ଇଣ୍ଡିଆ ଦୁନିଆର ସବୁଠୁ ଅଗ୍ରଣୀ କମ୍ପାନୀ ମଧ୍ୟରୁ ଅନ୍ୟତମ । ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ଏହି ବିକଳ୍ପ ଆପଣାଇଛି । ବିଶେଷ କରି ଶାକାହାରୀ ମାନଙ୍କ ପାଇଁ ଗଛ ଓ ପତ୍ରରୁ ବିଭିନ୍ନ ଉପାୟରେ ପ୍ରସ୍ତୁତ ହେଉଥିବା କ୍ଷୀରର ଡିମାଣ୍ଡ ବା ଚାହିଦା ଅଧିକ ରହିଛି । ତେବେ ବଜାରରେ ମିଳୁଥିବା ଅନେକ ଫୁଡ ଆଇଟମ୍ସ ଖାସ କରି ଜୁସ ଓ ପାନୀୟ ଜାତୀୟ ପଦାର୍ଥରୁ ସୁଗାର ପରିମାଣ ଅଧିକ ମିଳେ । ଯାହା ଶରୀର ପାଇଁ ଖୁବ ହାନିକାରକ ହୋଇଥାଏ । ତେଣୁ ପେଟା ଇଣ୍ଡିଆ କମ୍ପାନୀ ତରଫରୁ ଏହାର ବିକଳ୍ପ ନିୟମ ଆରମ୍ଭ ହୋଇଛି । ଚାଲନ୍ତୁ ଜାଣିବା ସେ ସଂପର୍କରେ।

– ଗୋ ଦୁଗ୍ଧରେ ଥିବା ପ୍ରୋଟିନ ପରିମାଣ ସୋୟା ମିଲ୍କରେ ରହିଥାଏ । କିନ୍ତୁ ଏଥିରେ କ୍ୟାଲୋରୀ, ଫ୍ୟାଟ ଓ କାର୍ବୋ ହାଇଡ୍ରେଟ୍ସର ପରିମାଣ କମ ରହିଥାଏ । ଯଦି ଆପଣଙ୍କ ଶରୀରରେ ପ୍ରୋଟିନର ଆବଶ୍ୟକତା ରହିଛି ତେବେ ଆପଣ ଏହାକୁ ସେବନ କରିପାରିବେ ।

– ଗଛରୁ ମିଳୁଥିବା କାଜୁକୁ ଆମେ ବିଭିନ୍ନ ଉପାୟରେ ଖାଇଥାଉ । ଏହାର ମିଲ୍କ ଶରୀର ପାଇଁ ବେଷ୍ଟ ହୋଇଥାଏ । ଏହା କୋଲେଷ୍ଟରଲ ଥିବା ବ୍ୟକ୍ତିଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ।

– ବାଦାମ କ୍ଷୀର ତୁଳନାତ୍ମକ ଭାବେ କ୍ୟାଲୋରୀରେ କମ ଥାଏ । ସବୁଠୁ କମ କ୍ୟାଲୋରୀ ଏହି କ୍ଷୀରରେ ରହିଥାଏ । ତେଣୁ ଯେଉଁମାନେ କମ କ୍ୟାଲୋରୀ ସେବନ କରୁଛନ୍ତି । ସେମାନେ ଏହାର ସେବନ କରିପାରିବେ ।

– ନଡ଼ିଆ କ୍ଷୀର ଶରୀର ପାଇଁ ସବୁଠୁ ଲାଭଦାୟକ ହୋଇଥାଏ । ଏଥିରେ କମ ପରିମାଣର କାର୍ବୋହାଇଡ୍ରେଟ ତତ୍ୱ ରହିଥାଏ । ଏହାସହ ଯେଉଁ ଲୋକମାନେ କମ ପରିମାଣର ପ୍ରୋଟିନ ଯୁକ୍ତ ଖାଦ୍ୟ ଚାହୁଁଛନ୍ତି ସେମାନେ ଏହାକୁ ସେବନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.