ସାବଧାନ ଆପଣଙ୍କ ତକିଆ ଯୋଗୁ ମଧ୍ୟ ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତକିଆ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି, ମାନସିକ ସ୍ୱାସ୍ଥ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଉପରେ ପ୍ରଭାବ ପକାଇପାରେ । ଯଦିଓ ଏହି ତକିଆ ଆପଣଙ୍କୁ ସିଧାସଳଖ ଅସୁସ୍ଥ କରିପାରିବ ନାହିଁ । ହେଲେ ଏହା ନିଶ୍ଚିତ ଭାବରେ ଶାରୀରିକ ଅସୁବିଧା ଏବଂ ଅନ୍ୟାନ୍ୟ ସମସ୍ୟାକୁ ଆଣିପାରେ ।

ଯେତେବେଳେ ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଆରାମ ଏବଂ ଶାନ୍ତିରେ ବିଶ୍ରାମ କରିବାକୁ ଚାହିଁଥାଏ,ସେତେବେଳେ ତା ପାଇଁ ବିଛଣା ଓ ତକିଆଠାରୁ ଭଲ କିଛି ହୋଇନଥାଏ । ଏହି ଦୁଇଟି ଜିନିଷ ଯେତେ ଆରାମଦାୟକ ହୋଇଥାଏ, ସେତେବେଳେ ଜଣେ ବ୍ୟକ୍ତିକୁ ଭଲ ନିଦ ହୋଇଥାଏ । କିନ୍ତୁ ଯଦି ଆପଣ ଜାଣନ୍ତି ଯେ ଆପଣଙ୍କ ତକିଆ ଯୋଗୁ ଆପଣଙ୍କ ଦେହ ଅସୁସ୍ଥତା ହୋଇପାରେ, ତେବେ ଆପଣ ଏହାକୁ ନେଇ କ’ଣ କରିବେ ? ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତକିଆ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି, ମାନସିକ ସ୍ୱାସ୍ଥ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଉପରେ ପ୍ରଭାବ ପକାଇପାରେ । ଯଦିଓ ଏହି ତକିଆ ଆପଣଙ୍କୁ ସିଧାସଳଖ ଅସୁସ୍ଥ କରିପାରିବ ନାହିଁ । ହେଲେ ଏହା ନିଶ୍ଚିତ ଭାବରେ ଶାରୀରିକ ଅସୁବିଧା ଏବଂ ଅନ୍ୟାନ୍ୟ ସମସ୍ୟାକୁ ଆଣିପାରେ ।

ଜାଣନ୍ତୁ କିପରି ଭାବେ ତକିଆ ଦ୍ୱାରା ହେବେ ଅସୁସ୍ଥ :
ଆପଣ ଜାଣନ୍ତି କି ଅଧିକାଂଶ ଲୋକ ଗଦିରେ ଶୋଇବାକୁ ପସନ୍ଦ କରନ୍ତି ଏବଂ ତକିଆ ମଧ୍ୟ ସେହିପରି ଆରମ ଦାୟକ ହୋଇଥାଉ ଖୋଜିଥାନ୍ତି । ତେବେ ସୂଚନା ମୁତାବକ, ସଠିକ୍ ତକିଆ ବ୍ୟବହାର ନକରିବା ଦ୍ୱାରା ମୁଣ୍ଡ ଡ୍ରପ୍ ହୋଇଯାଏ । ଏହାଦ୍ୱାରା ବେକ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ଉପର ପିଠି ଯନ୍ତ୍ରଣା ମଧ୍ୟ ହୋଇପାରେ ।

ଯଦିବି ଆପଣ ପିଠି ପଟ ହୋଇ ଶୋଉଥିବେ, ତାହେଲେ ଆପଣଙ୍କ ର୍ସବାଇକଲ ମେରୁଦଣ୍ଡର ପ୍ରାକୃତିକ ଆକୃତି ରଖିବା ପାଇଁ ତକିଆ ବ୍ୟବହାର କରିବା ଜରୁରୀ ହୋଇଥାଏ । ତେବେ ଯଦି ଆପଣ ଅତିରିକ୍ତ ମୋଟା ତକିଆ ବ୍ୟବହାର କରିବେ ତାହେଲେ ଅସ୍ୱାଭାବିକତା ବେକ ଯନ୍ତ୍ରଣା ଏବଂ ଉପର ଅଙ୍ଗରେ ଅସ୍ଥିରତା ଏବଂ ଦୁର୍ବଳତା ହୋଇପାରେ । ସେଥିପାଇଁ ଆପଣଙ୍କୁ ଗୋଟିଏ ଭଲ ଏବଂ ଆରମ ଦାୟକ ତକିଆ ବ୍ୟବହାର କରିବା ଉଚିତ । ଯାହା ଦ୍ୱାରା ଆପଣଙ୍କ ଶରୀରକୁ ଆରାମରେ ମିଳିଥାଏ ।

ଖରାପ ଆକାରର ତକିଆ ରଖନ୍ତୁ ନାହିଁ :

ବିଶେଷଜ୍ଞଙ୍କ ଅନୁଯାୟୀ, ଖରାପ ତକିଆ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବେକ ଓ ମେରୁଦଣ୍ଡରେ ବହୁତ ଯନ୍ତ୍ରଣା ହୋଇପାରେ । ସେହି ପରି ଖରାପ ଫିଟ୍ ତକିଆରେ ଧୂଳି କଣିକା, ଆଲର୍ଜେନ୍ ଭଳି ଅନେକ ଜିନିଷ ଯୋଗୁ ଆଲର୍ଜି, ଆଜମା କିମ୍ବା ଶ୍ୱାସ ନେବାରେ ଅନେକ ଅସୁବିଧା ହୋଇପାରେ । ଏହି କାରଣରୁ ଅନେକ ରୋଗ ମଧ୍ୟ ହୋଇପାରେ । ସୂଚନା ମୁତାବକ, ଯେପରି ନିଦ ଠିକ୍‌ ଭାବେ ନହେବା, ମୁଣ୍ଡ ବୁଲାଇବା ଏହି ପରି ଆହୁରୀ ଅନେକ ସମସ୍ୟା ଯୋଗୁ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ ।

ସଠିକ୍ ତକିଆ କିପରି ବାଛିବେ ?

ଗୋଟିଏ ତକିଆ ବାଛନ୍ତୁ ଯାହା ଆପଣଙ୍କ ଶରୀରର ପାଇଁ ଅତ୍ୟନ୍ତ ଆରମ ଦାୟକ ହୋଇଥିବ । ଯାହା ଦ୍ୱାରା ଆପଣଙ୍କ ବେକ ଓ ମେରୁଦଣ୍ଡକୁ ବହୁତ ଆରମ ମିଳିବ । କିଣିବା ପୂର୍ବରୁ ତକିଆକୁ ସଠିକ୍ ଭାବରେ ଯାଞ୍ଚ କରନ୍ତୁ ଯେ ଏହା କେତେ ଆରାମଦାୟକ । ସ୍ୱାସ୍ଥ୍ୟ ସମସ୍ୟାକୁ ଏଡାଇବା ପାଇଁ, ବ୍ୟବହାର ଉପରେ ନିର୍ଭର କରେ । ଏହା ସହ ପ୍ରତି ୧ ରୁ ୨ ସପ୍ତାହରେ ତକିଆ ଖୋଳକୁ ଧୋଇବା ସହ ତକିଆକୁ ପ୍ରତି ୩ ରୁ ୬ ମାସରେ ଧୋଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.