T20 ସିରିଜ ପ୍ରଥମ ମ୍ୟାଚ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ୍‌ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ

T20 ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରିଛି ଭାରତ । ୨୦୯ ରନର ବିଜୟ ଲକ୍ଷ୍ୟକୁ ଶେଷ ବଲରେ ନୋ ବଲ ଯୋଗୁଁ ମ୍ୟାଚ୍ ଜିତି ନେଇଛି ଭାରତ ।

(କେନ୍ୟୁଜ): ବିଶାଖପାଟଣାରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । T20 ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରିଛି ଭାରତ । ୨୦୯ ରନର ବିଜୟ ଲକ୍ଷ୍ୟକୁ ଶେଷ ବଲରେ ନୋ ବଲ ଯୋଗୁଁ ମ୍ୟାଚ୍ ଜିତି ନେଇଛି ଭାରତ । ସୂର୍ଯ୍ୟକୁମାର ଏବଂ ଇଶାନ କିଶାନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

ସୂର୍ଯ୍ୟକୁମାର ୪୨ ବଲରେ ୮୦ ରନ୍ କରିଥିଲେ । ସେହିଭଳି ଇଶାନ କିଶାନ ୩୯ ବଲରେ ୫୮ ରନ୍ କରିଥିଲେ । ଶେଷ ବଲରେ ରିଙ୍କୁ ସିଂ ଛକା ମାରି ଭାରତକୁ ଜିତାଇଥିଲେ । ପ୍ରଥମେ ବ୍ୟାଟି କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୮ ରନ କରିଥିଲା । ଦଳ ପକ୍ଷରୁ ଜୋଶ ଇଂଲିଶ ୧୧୦ ରନ କରିଥିଲେ । ଗତକାଲିର ବିଜୟ ସହ ୫ ମ୍ୟାଚ ବିଶିଷ୍ଠ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ୨୬ ତାରିଖରେ ଥିରୁଅନନ୍ତପୁରମରେ ଦ୍ବିତୀୟ ଟି-୨୦ ଖେଳାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.