Below header

ନିତିଦିନିଆ ଆମଲେଟକୁ ଦିଅନ୍ତୁ ଏକ ଭିନ୍ନ ସ୍ୱାଦ, ଘରେ ବନାଇ ଟେଷ୍ଟ କରନ୍ତୁ “ଫ୍ରେଞ୍ଚ ପଟାଟୋ ଆମଲେଟ”

ସକାଳ ବ୍ରେକଫାଷ୍ଟରେ ଅନେକ ଲୋକ ଆମଲେଟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ପ୍ରତିଦିନ ସମାନ ସ୍ୱାଦ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେନାହିଁ । ଏମିତିକି ଅନେକ ଚିଡ଼ିଯାନ୍ତି । ତେଣୁ ଆପଣଙ୍କୁ ଏକ ଭିନ୍ନ ଆମଲେଟର ସ୍ୱାଦ ଚଖେଇବା ପାଇଁ ଆମେ ଆଜି ଆପଣଙ୍କ ପାଇଁ “ଫ୍ରେଞ୍ଚ ପଟାଟୋ ଆମଲେଟ”ର ପ୍ରସ୍ତୁତି ପ୍ରଣାଳୀ ନେଇ ଆସିଛୁ । ଏହାକୁ ନିଶ୍ଚିତ ରୂପେ ଘରେ ପ୍ରସ୍ତୁତ କରି ଏହାକୁ ନିଜେ ଚାଖନ୍ତୁ ଓ ଅନ୍ୟ ମାନଙ୍କୁ ଚଖାନ୍ତୁ ।

ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ଅଣ୍ଡା – ୩ଟା
୨. ବଟର- ୩ଚାମଚ
୩. କଞ୍ଚା ଲଙ୍କା- ୨ ଟି
୪. ଆଳୁ – ଗୋଟେ
୫. ଲୁଣ – ସ୍ୱାଦ ଅନୁଯାୟୀ
୬. ଗୋଲ ମରିଚ ଗୁଣ୍ଡ- ଅଧ ଚାମଚ
୭. ଚାଟ ମସଲା- ଅଧ ଚାମଚ
୮. ଧନିଆ ପତ୍ର- ଗୋଟେ ଚାମଚ

egg omlet

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ଏକ ବାଉଲରେ ଅଣ୍ଡା, ଧନିଆ ପତ୍ର, ଲୁଣ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଆଦି ଦେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ ।
– ଏବେ ଏକ ଚୁଲିରେ ଏକ ପ୍ୟାନ ବସାଇ ବଟର ଦିଅନ୍ତୁ ।
– ଏବେ ସେଥିରେ ଆଳୁ ଦେଇ ହାଲୁକା ଭାଜି ହେବା ପର୍ଯ୍ୟନ୍ତ ରଖନ୍ତୁ ।
– ଆଳୁ ସୁନେଲି ରଙ୍ଗ ହେଇ ଆସିଲେ ସେଥିରେ ଫେଣ୍ଟା ଯାଇଥିବା ଅଣ୍ଡା ଘୋଳକୁ ପକାନ୍ତୁ ।
– ଅଣ୍ଡା ଆଳୁ ସହିତ ମିଶିଗଲେ ଆମଲେଟ ଟିକୁ ୫ ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଚୁଲିରେ ରଖି ଗ୍ୟାସ ବନ୍ଦ କରି ଦିଅନ୍ତୁ ।
– ଏବେ ଆପଣଙ୍କ ଆମଲେଟ ପ୍ରସ୍ତୁତ ହୋଇଗଲା । ଏବେ ଏହାକୁ ସର୍ଭିଙ୍ଗ ପ୍ଲେଟରେ କାଢ଼ି ଚାଟ ମସଲା ଓ ଧନିଆ ପତ୍ର ଆଦି ଦେଇ ସଜାଇ ଦିଅନ୍ତୁ ।
– ଏହାକୁ ଆପଣ ନିଜ ପସନ୍ଦର ଚଟଣି ସହ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.