ସ୍ନାକ୍ସ ଟାଇମ୍ ରେ ଚାଖନ୍ତୁ ଘରେ ପ୍ରସ୍ତୁତ ହୋଇଥିବା “ଟୁଟି ଫ୍ରୁଟି କୁକିଜ୍”

ଛୋଟ ଠାରୁ ବଡ ସମସ୍ତଙ୍କର କୁକିଜ ଖୁବ ପସନ୍ଦ । ସ୍ନାକ୍ସ ସମୟରେ ଚାହା କିମ୍ବା କଫି ସହିତ ଯଦି ଭଳି କି ଭଳି କୁକିଜ ମିଳିଯାଏ ତେବେ ମଜା 10 ଗୁଣା ବଢିଯାଏ । କିନ୍ତୁ ଅଧିକାଂଶ ଲୋକେ ଏହି କୁକିଜ ବଜାରରୁ କିଣି ଖାଇଥାନ୍ତି । ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣି ନଥିବାରୁ ଘରେ ବନାଇ ପାରନ୍ତି ନାହିଁ  । କିନ୍ତୁ ଜାଣନ୍ତି କି ଆପଣ ବି ଅତି ସହଜରେ ଓ ଖୁବ କମ ସାମଗ୍ରୀରେ ନିଜେ କୁକିଜ ପ୍ରସ୍ତୁତ କରି ଖାଇପାରିବେ  ।

ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ଦେଢ଼ କପ ଅଟା କିମ୍ବା ମଇଦା

– ଗୋଟେ ଚାମଚ ବେକିଙ୍ଗ ସୋଡା଼

– ଗୋଟେ ଚାମଚ ଲୁଣ

– ଗୋଟେ ଚାମଚ କର୍ଣ୍ଣଷ୍ଟାର୍ଚ୍ଚ

– କିଛି ପରିମାଣର ବଟର

– ଗୋଟେ କପ ଚିନି

cookies

 

– ଅଧା କପ ବ୍ରାଉନ ସୁଗାର ବା ଚିନି

– ଗୋଟେ ଚାମଚ ଭାନିଲା ଏସେନ୍ସ

– ପାଣି

– ଗୋଟେ ବଡ ଚାମଚ କୋକୋ ପାଉଡର

– କିଛି ଚକୋଲେଟ ଚିପ୍ସ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ନିଜ ଓଭାନକୁ 350 ଡିଗ୍ରୀ ଫାରେନ ହିଟରେ ପ୍ରି -ହିଟ କରନ୍ତୁ  । ଆଉ ଏବେ ଟ୍ରେରେ ସିଲଭର ପେପର ରଖନ୍ତୁ  । ଏବେ ଅନ୍ୟ ଏକ ପାତ୍ରରେ ଅଟା, କର୍ଣ୍ଣଷ୍ଟାର୍ଚ୍ଚ, ଲୁଣ, ବେକିଙ୍ଗ ସୋଡ଼ା, ଲୁଣ ଭଲ ଭାବରେ ମିଶାଇ ନିଅନ୍ତୁ | ଏବେ ନିଜ ମିକ୍ସରରେ ବଟର ସହ କ୍ରିମକୁ ଚିକ୍କଣ ହେବା ପର୍ଯ୍ୟନ୍ତ ମିଶାନ୍ତୁ  । ଏବେ ସେଥିରେ ଭାନିଲା ଓ ପାଣି ମିଶାନ୍ତୁ  । ଏବେ ଏଥିରେ ଅଟା ମିଶାନ୍ତୁ  । ଏବେ ନିଜ ପସନ୍ଦ ଅନୁସାରେ କୋକୋ ପାଉଡ଼ର ଓ ଟୁଟି ଫ୍ରୁଟି ମିଶାନ୍ତୁ | ମିଶ୍ରଣଟି ଚିକ୍କଣ ନ ହେବା ଯାଏଁ ମିଶାନ୍ତୁ  । ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଟ୍ରେ ରେ ମିଶ୍ରଣକୁ ଦେଇ 13 ରୁ 15 ମିନିଟ ପର୍ଯ୍ୟନ୍ତ 350 ଡିଗ୍ରୀରେ ବେକ କରନ୍ତୁ  । ଏହା ପରେ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ  । ଟ୍ରେ ରୁ ବାହାର କରି ଚାଖନ୍ତୁ ଓ ସମସ୍ତଙ୍କୁ ଚଖାନ୍ତୁ  । ଚାହିଁଲେ ଏୟାର ଟାଇଟ କଣ୍ଟେନରରେ ରଖି କିଛି ଦିନ ଯାଏଁ ବ୍ୟବହାର କରିପାରିବେ  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.