ପିଲାଙ୍କ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ନଡ଼ିଆ ଡୋନଟ, ହାତ ଚାଟି ଖାଇବେ

ମିଠା ଖାଇବା ଅନେକଙ୍କର ପସନ୍ଦ । ପିଲା ମାନେ ସାଧାରଣତଃ ମିଠାରେ ଡୋନଟ, ଚକୋଲେଟ ଆଦି ଖାଇବା ପସନ୍ଦ କରନ୍ତି । ଆଉ ଯଦି ଆପଣ ପିଲାଙ୍କ ପାଇଁ କିଛି ସ୍ୱାଦିଷ୍ଟ ତଥା ସୁସ୍ଥକର ଖାଦ୍ୟ ବନେଇବାକୁ ଚାହୁଁଥାନ୍ତି ତେବେ ଖୁବ ସହଜରେ ଘରେ କୋକୋନଟ ଡୋନଟ ବନେଇ ପାରିବେ । ନଡ଼ିଆରେ ପ୍ରସ୍ତୁତ ଏହି ଖାଦ୍ୟ ପାଟିକୁ ବି ଖୁବ ସ୍ୱାଦିଷ୍ଟ ଲାଗିଥାଏ । ଆପଣ କୌଣସି ବି ପର୍ବ ପର୍ବାଣିରେ ଏହି ରେସିପି ପ୍ରସ୍ତୁତ କରି ଚାଖିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
ମଇଦା- ୩ କପ
ଚିନି -୩ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ଇଷ୍ଟ- ଗୋଟେ ଚାମଚ
କ୍ଷୀର- ୨ କପ
ଲହୁଣୀ- ଗୋଟେ ଚାମଚ
ତେଲ- ଆବଶ୍ୟକତା ଅନୁସାରେ
କଷ୍ଟର ସୁଗାର- ୩ ଚାମଚ
ନଡ଼ିଆ କୋରା- ୩ କପ
ଡ଼ାର୍କ ଚକୋଲେଟ- ୨୦୦ଗ୍ରାମ
ହ୍ୱାଇଟ କମ୍ପାଉଣ୍ଡ ଚକୋଲେଟ- ୨୫୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:
1. ପ୍ରଥମେ କ୍ଷୀରକୁ ଟିକେ ଗରମ କରି ନିଅନ୍ତୁ ।
2. ଏବେ ଲହୁଣୀକୁ ତରଲାଇ ମଇଦାରେ ମିଶାଇ ଦିଅନ୍ତୁ ।
3. ଏହା ପରେ ଏଥିରେ ଚିନି, ଲୁଣ, ଇଷ୍ଟ ଆଦିକୁ ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ ।
4. ଏବେ ଏହି ଚକଟାରେ ମୋଟା ମୋଟା ରୁଟି ପ୍ରସ୍ତୁତ କରନ୍ତୁ ।
5. ଏବେ ଏହାକୁ ଡୋନଟ ଆକାରରେ କାଟି ଦିଅନ୍ତୁ । ଦୁଇ ଘଣ୍ଟା ପାଇଁ କିଛି ତେଲ ଲଗାଇ ଛାଡିଦିଅନ୍ତୁ ।
6. ଏକ କଡେଇରେ ତେଲ ଗରମ କରି ସୁନେଲି ରଙ୍ଗର ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ ।
7. ସୁନେଲି ରଙ୍ଗର ହୋଇଆସିଲେ ଚିନି ଗୁଣ୍ଡରେ ଗଡେଇ ଦିଅନ୍ତୁ ।
8. ଏବେ ଏହାକୁ ହ୍ୱାଇଟ ତଥା ଡ଼ାର୍କ ଚକୋଲେଟରେ ମିଶାନ୍ତୁ । ଏହା ଉପରେ କିଛି ନଡ଼ିଆ କୋରା ଛିଚନ୍ତୁ ।
10 ପ୍ରସ୍ତୁତ ହୋଇଗଲା ଆପଣଙ୍କ ନଡ଼ିଆ ଡୋନଟ । ଏବେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।