ବ୍ରେକଫାଷ୍ଟରେ ନୂଆ ସ୍ୱାଦ ଆଣିବ ‘ଫ୍ରେଞ୍ଚ ଟୋଷ୍ଟ’, ମାତ୍ର କିଛି ମିନିଟରେ ହୋଇଯିବ ପ୍ରସ୍ତୁତ
ସବୁ ଦିନ ଗୋଟିଏ ପ୍ରକାରର ବ୍ରେକ ଫାଷ୍ଟ କଲେ ବୋର ଲାଗିଥାଏ । ତେଣୁ ବ୍ରେକ ଫାଷ୍ଟରେ କିଛି କିଛି ନୂଆ ନୂଆ ଜିନିଷ ପ୍ରସ୍ତୁତ କରି ଖାଇଲେ ମଜା ଆସିଥାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଆଇଟମ ନେଇ ଅଶିଚୁ ଯାହା ମାତ୍ର କେତେ ମିନିଟରେ ପ୍ରସ୍ତୁତ ହେବା ସହ ସ୍ୱାଦିଷ୍ଟ ମଧ୍ୟ ଲାଗିବ । ଆଉ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି ଏହା ପିଲା ମାନଙ୍କୁ ବି ଖୁବ ପସନ୍ଦ ଆସିବ । ତେବେ ଦିନେ ଘରେ ଏହି ନୂଆ ‘ଫ୍ରେଞ୍ଚ ଟୋଷ୍ଟ’ ପ୍ରସ୍ତୁତ କରି ଖାଆନ୍ତୁ ଓ ନିଜ ପିଲାଙ୍କୁ ଖୁଆନ୍ତୁ ।
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ :
୧. ବ୍ରେଡ- ୮ ପିସ
୨. ଅଣ୍ଡା -୩ରୁ ୪ଟି
୩. କ୍ଷୀର – ୩ ରୁ ୪ କପ
୪. ଭାନିଲା ଏସେନ୍ସ – ଗୋଟେ ଛୋଟ ଚାମଚ
୫.ଡାଲଚିନି ପାଉଡର – ଗୋଟେ ଛୋଟ ଚାମଚ
୬. ଚିନି – ୬ ଛୋଟ ଚାମଚ
୭.ତେଲ – ଛାଣିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ :
– ପ୍ରଥମେ ଅଣ୍ଡା ଭାଙ୍ଗି ଏକ ବାଉଲରେ ଢାଳି ଭଲ ଭାବେ ଫେଣ୍ଟି ଦିଅନ୍ତୁ ।
– ଏବେ ଅନ୍ୟ ଏକ ପାତ୍ରରେ କ୍ଷୀର, ଭଣିଲା ଏସେନ୍ସ, ଚିନି, ଡାଲଚିନି ପାଉଡର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
– ଗ୍ୟାସ ଉପରେ ଫ୍ରଇଙ୍ଗ ପ୍ୟାନ ବସାଇ ଗରମ କରନ୍ତୁ । ପ୍ୟାନ ଗରମ ହେଲେ ସେଥିରେ କିଛି ତେଲ ଢ଼ାଳନ୍ତୁ ।
– ତେଲ ଗରମ ହେଲେ ଗ୍ୟାସର ଆଞ୍ଚ କମ କରି ଦିଅନ୍ତୁ ।
– ଏବେ ବ୍ରେଡ ପିସ ଗୁଡିକୁ ଅଣ୍ଡା ଘୋଳରେ ବୁଡାଇ ଫ୍ରଇଙ୍ଗ ପ୍ୟାନରେ ରଖି ଫ୍ରାଏ କରନ୍ତୁ ।
– ତଳ ଭାଗ ଭଲ ଭାବେ ଭାଜି ଗଲେ ଓଲଟାଇ ଦିଅନ୍ତୁ ।
– ଆବଶ୍ୟକ ପଡିଲେ ଅଳ୍ପ ଅଳ୍ପ କରି ତେଲ ଦିଅନ୍ତୁ ଓ ବ୍ରେଡକୁ ଭଲ ଭାବେ ସେକି ଦିଅନ୍ତୁ ।
– ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ‘ଫ୍ରେଞ୍ଚ ଟୋଷ୍ଟ’ । ଏହାକୁ ଗରମ ଗରମ ନିଜ ପରିବାର ସହ ମଜା ଉଠାନ୍ତୁ ।