ଏବେ ରାଇସକୁ କରନ୍ତୁ ଟିକିଏ ଟେଷ୍ଟି, ସାଧା ରାଇସ ବଦଳରେ ଘରେ କମ ସମୟରେ ବନାନ୍ତୁ ଲେମନ ରାଇସ

ପ୍ରତିଦିନ ପ୍ଲେନ ରାଇସ ଖାଇ ଖାଇ ବୋର ହୋଇଗଲେଣି କି ? ଏବେ ଆପଣଙ୍କୁ ଆଉ ପ୍ରତିଦିନ ସାଧାଭାତ ଖାଇବାକୁ ପଡିବ ନାହିଁ । କାରଣ ଆଜି ଆମେ ଆପଣଙ୍କ ପାଇଁ ଆଣି ଦେଇଛୁ ଲେମନ ରାଇସ । ଯାହା ଖାଇବା ପାଇଁ ନା କେବଳ ସ୍ୱାଦିଷ୍ଟ ବରଂ ବନାଇବା ପାଇଁ ମଧ୍ୟ ବହୁତ ସହଜ । ତାହେଲେ ଆସନ୍ତୁ ଜାଣିବା କିପରି ବନାଇବେ ଲେମନ ରାଇସ ।

ଏହାସହ ପଢନ୍ତୁ ଘରେ ଥିବା ଜିନିଷରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ସ୍ୱାଦ୍ଦିଷ୍ଟ ଆଳୁ ଲଲିପପ

ଲେମନ ରାଇସ ବନାଇବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ

୨ କପ ରାଇସ, ୨ ଚାମଚ ଚଣା ଡାଲି, ୨ ଚାମଚ ବାଦାମ, ୨ଟି କଞ୍ଚାଲଙ୍କା, ୨ଟି ବଡ଼ ଲେମ୍ବୁ, ୨ ଖଣ୍ଡ ଛୋଟ ଅଦା, ୨ ଚାମଚ ସୋରିଷ, ୨ ଚାମଚ ତେଲ, କିଛି ଭୃସଙ୍ଗ ପତ୍ର, ଅଧା ଚାମଚ ହଳଦୀ ଗୁଣ୍ଡ, ୨ ଚାମଚ ଲଙ୍କା ଗୁଣ୍ଡ, ଟିକିଏ ହେଙ୍ଗୁ ଓ ସ୍ୱାଦ ଅନୁସାରେ ଲୁଣ ।

Image result for tasty lemon rice

 

ପ୍ରସ୍ତୁତି ପ୍ରଣାଳୀ

ଲେମନ ରାଇସ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରାଇସରେ ଲୁଣ ଓ ଟିକିଏ ତେଲ ଦେଇ ପ୍ରେସରରେ ଦୁଇଟି ସିଟି ଲଗାନ୍ତୁ । ତାପରେ ଏହାକୁ କାଢି ଟିକିଏ ଥଣ୍ଡା ହେବାକୁ ଦିଅନ୍ତୁ । କଞ୍ଚାଲଙ୍କା ଓ ଅଦାକୁ ଭଲଭାବେ ଛେଚି ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଓ ସେଥିରେ ସୋରିଷ ଆଉ ଚଣା ପକାଇ ଦିଅନ୍ତୁ । ତାପରେ ଭାଜି ରଖିଥିବା ବାଦାମ, ଅଦା କଞ୍ଚାଲଙ୍କା ଛେଚା, ହେଙ୍ଗୁ ଏବଂ ଭୃସଙ୍ଗ ପତ୍ର ପକାନ୍ତୁ । ଟିକିଏ ଭାଜି ହୋଇଯିବା ପରେ ଏଥିରେ ହଳଦୀ, ଲୁଣ ପକାଇ ଟିକିଏ ପାଣି ଦିଅନ୍ତୁ ଓ ଏହା ଟିକିଏ ଫୁଟିଗଲା ପରେ ରାଇସ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାପରେ ଲେମ୍ବୁକୁ ରାଇସରେ ଭଲ ଭାବେ ଚିପୁଡ଼ି ଗୋଳାଇ ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ ଡ୍ରାଏଫ୍ରୁଟସ ମଧ୍ୟ ଆଡ଼ କରିପାରିବେ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଲେମନ ରାଇସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.