ଟ୍ରାଇଜୋମିନାଲ ନ୍ୟୁରୋଲଜିଆ ରୋଗରେ ପୀଡିତ ଭାଇଜାନ, ଜାଣନ୍ତୁ କ’ଣ ଏହି ରୋଗର ଲକ୍ଷଣ

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ସମସ୍ତେ ଜାଣନ୍ତି। ସଲମାନ ଏବେ ଫିଲ୍ମ ‘ଦବଙ୍ଗ ୩’କୁ ନେଇ ବ୍ୟସ୍ତ ରହିଥିବା ବେଳେ ତା’ର ପ୍ରମୋଶନ ପାଇଁ ଲାଗି ପଡିଛନ୍ତି। ସଲମାନ ଖୁବଶୀଘ୍ର ବିଗ୍‌ବସ୍‌ ସିଜିନ ହୋଷ୍ଟ କରିବା ଛାଡିବେ। ଏହାପଛର କାରଣ ହେଉଛି ତାଙ୍କ ରୋଗ। ସଲମାନ କୁଆଡେ ଟ୍ରାଇଜୋମିନଲ ନ୍ୟୁରୋଲଜିଆ ରୋଗର ଶିକାର ହୋଇଛନ୍ତି। କ’ଣ ଏହି ରୋଗ, ଲକ୍ଷଣ କ’ଣ ଆସନ୍ତୁ ସେ ବିଷୟରେ ଜାଣିବା….

salman khan

ଖବର ମୁତାବକ, ସଲମାନ ୨୦୦୧ ମସିହାରେ ଏହି ରୋଗରେ ପୀଡିତ ଥିଲେ। ଏବେ ସେ ଏହି ରୋଗରୁ ବାହାରିଆସିଲେଣି। ଖାସ୍‌ ଏଥିପାଇଁ ସଲମାନଙ୍କୁ ଅତ୍ୟଧିକ ରାଗିବାକୁ ମନା କରାଯାଇଛି। ଯଦି ସଲମାନ ଅତ୍ୟଧିକ ରାଗନ୍ତି, ତେବେ ତାଙ୍କ ନର୍ଭ ଫାଟିଯିବାର ସମ୍ଭାବନା ରହିଥାଏ। ବିଗ୍‌ବସ ହାଉସ୍‌ରେ ଜଣେ କିମ୍ବା ଦୁଇ ଜଣ ପ୍ରତିଯୋଗୀଙ୍କ ସହିତ ସଲମାନ ରାଗି କରି କଥା ହୁଏନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହି ରୋଗ ଯୋଗୁଁ ସଲମାନଙ୍କ ସ୍ୱର ବେଳେ ବେଳେ କର୍କଶ ହୋଇଯାଏ।

nerve

ଏହି ରୋଗ ନର୍ଭ ସହିତ ଜଡିତ ରୋଗ। ଏହା ଦୁନିଆର ସବୁଠାରୁ ଯନ୍ତ୍ରଣାଦାୟକ ରୋଗ। ଏହାଯୋଗୁଁ ମୁହଁର କୌଣସି ଅଂଶରେ ଛୁରୀ ଭୁସିବା କିମ୍ବା କରେଣ୍ଟ ମାରିବା ଭଳି ଯନ୍ତ୍ରଣା ଅନୁଭୂତ ହୁଏ। ଏହି ରୋଗ କାହାକୁ ମଧ୍ୟ ହୋଇପାରେ କିନ୍ତୁ ପୁରୁଷମାନଙ୍କ ତୁଳନାରେ ଅଧିକ ମହିଳାମାନଙ୍କୁ ଏହି ରୋଗ ହୋଇଥାଏ।

dieses

କ’ଣ ରହିଛି ଲକ୍ଷଣ :

ବ୍ରଶ କରିବା ପରେ ସଂପୂର୍ଣ୍ଣ ଚେହେରାରେ ସାଙ୍ଘାତିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ।

ମୁହଁକୁ ଛୁଇଁବା ମାତ୍ରେ ଯନ୍ତ୍ରଣା ହୁଏ।

ସେଭିଂ କରିବା କିମ୍ବା ମେକ୍‌ଅପ୍‌ କଲେ ମଧ୍ୟ ଯନ୍ତ୍ରଣା ହେବା

ଖାଇବା, ପିଇବା ଏବଂ କଥା କହିବା ସମୟରେ ମଧ୍ୟ ଯନ୍ତ୍ରଣା ହେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.