ଭଲ ନିଦ ଚାହୁଁଛନ୍ତି ତ ଖାଦ୍ୟରେ ଏହି ମସଲାକୁ କମ କରନ୍ତୁ ବ୍ୟବହାର, ବାର ବାର ପଡ଼ିବନି ବାଥରୁମ ଯିବା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଜରୁରୀ | ତେବେ ବାର ବାର ପରିସ୍ରା ପାଇଁ ବାଥରୁମ ଯିବାକୁ ପଡିବା କାରଣରୁ ନିଦ ଖରାପ ହୋଇଥାଏ | ଠାରେ ନିଦ ଭାଙ୍ଗିଗଲେ ଆଖିକୁ ଆଉ ନିଦ ଆସିବା କଷ୍ଟ ହୋଇଥାଏ | ଯଦି ପରିସ୍ରା ସହ ନିଦ ଅସୁବିଧାର କାରଣ ହୋଇଥାଏ, ଏହାକୁ “ନାକଟୁରିଆ” କୁହାଯାଏ | ଏହା କୌଣସି ରୋଗ ନୁହେ | ଏହା ଖରାପ ଲାଇଫଷ୍ଟାଇଲ ସମ୍ପର୍କିତ ସମସ୍ୟା | ଯାହାକି ଦୈନିକ ଖାଦ୍ୟରେ ଲୁଣ ମାତ୍ରା ଅଧିକ କାରଣରୁ ହୋଇଥାଏ |

ଲୁଣ ଉଡାଇପାରେ ଆପଣଙ୍କ ନିଦ –

ରୋଷେଇ ଘରେ ଥିବା ମସଲା ମଧ୍ୟରୁ ଲୁଣ ଏମିତି ଏକ ପଦାର୍ଥ ଯାହା ଆପଣଙ୍କୁ ଟେନସନ ବିନା ନିଦ ହଜାଇ ପାରେ | ପୁଣି ନିଦ ନ ଆସିବା କାରଣରୁ ଆପଣଙ୍କୁ ଟେନସନ ହୋଇପାରେ | ଅର୍ଥାତ ଲୁଣ ହିଁ ଆପଣଙ୍କ ଟେନସନର କାରଣ ହୋଇପାରେ | ତେଣୁ ଯଦି ଆପଣଙ୍କୁ ଅଧିକ ଲୁଣ ଖାଇବା ପସନ୍ଦ କରୁଥାନ୍ତି ତେବେ ପରିସ୍ରା ସମସ୍ୟା ଓ ନିଦ ଅସୁବିଧା ଉପରେ ଧ୍ୟାନ ଦେବା ଉଚିତ |

ଦିନକରେ କେତେ ଲୁଣ ଖାଇବା କଥା –

ଦି ଆମେରିକାନ ହାର୍ଟ ଆସୋସିଏସନ ଅନୁଯାଇ ବ୍ୟକ୍ତିକୁ ଗୋଟିଏ ଦିନରେ 2.3 ଗ୍ରାମ ଲୁଣ ଖାଇବା କଥା | ଅର୍ଥାତ 1 ଛୋଟ ଚାମଚ ଲୁଣ ସାରା ଦିନ ପାଇଁ ପର୍ଯ୍ୟାପ୍ତ ହୋଇଥାଏ | ତଥାପି ଆମେ ଖାଇବା ସମୟରେ ଟେବୁଲ ସଲଟ ବ୍ୟବହାର କରିଥାଉ |

ଯାହା ଫଳରେ ଆମର ଦୈନିକ ଲୁଣ ମାତ୍ରା ବଢି ଯାଇଥାଏ | ତେଣୁ ଖାଦ୍ୟରେ ସର୍ବଦା ଲୁଣ ମାତ୍ର ପ୍ରତି ଧ୍ୟାନ ଦେବା ଉଚିତ | ନଚେତ ରାତିରେ ବାର ବାର ପରିସ୍ରା ଯିବା ପାଇଁ ବାଥରୁମ ଯିବାକୁ ପଡିପାରେ | ଫଳରେ ନିଦରେ ବ୍ୟାଘାତ ସୃଷ୍ଟି ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.