ପଟ୍ଟାମୁଣ୍ଡାଇ ହର ପାର୍ବତୀ ମନ୍ଦିର ନିକଟରେ ପୋଲିସର ଚଢାଉ,  ଧଳା ଜହର ଜବତ ସହ ୬ ଗିରଫ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ଧଳା ଜହର ଜବତ ସହ ୬ ଗିରଫ । କେନ୍ଦ୍ରାପଡ଼ା ଏସପିଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ହର ପାର୍ବତୀ ମନ୍ଦିର ନିକଟରୁ ୬ଜଣ ବ୍ରାଉନ ସୁଗର ବ୍ୟବସାୟୀଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଞ୍ଚଳରୁ ୫ଗ୍ରାମ ୧୨୦ମିଲିଗ୍ରାମ ବ୍ରାଉନ ସୁଗର, ୨୩ ହଜାର ଟଙ୍କା, ଦୁଇଟି ବାଇକ ଓ ୪ଟି ମୋବାଇଲ ଜବତ ହୋଇଛି ।

ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଅଧିକ ହୋଇଥିବାରୁ ଏହିଭଳି କାର୍ଯ୍ୟକ୍ରକୁ ତ୍ୱରାନ୍ଵିତ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.