କ୍ଷୀରରେ କଞ୍ଚା ଅଣ୍ଡା ମିଶାଇ ଖାଉଥିଲେ ସାବଧାନ ! ଶରୀରରେ ହୋଇଥାଏ ବାୟୋଟିନ୍‌ର ଅଭାବ

ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ସେହିପରି କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ କଞ୍ଚା ଅଣ୍ଡା ଏବଂ କ୍ଷୀର ମିଶାଇ ଖାଉଛନ୍ତି କି ? କଞ୍ଚା ଅଣ୍ଡା ଓ କ୍ଷୀର ଖାଇବା ସ୍ୱାସ୍ଥ୍ୟ ପାଇଁ ଯେତିକି ଫାଇଦାଯୁକ୍ତ, ସେତିକି ହାନିକାରକ। କଞ୍ଚା ଅଣ୍ଡାରେ ସାଲ୍‌ମୋନେଲା ନାମକ ବ୍ୟାକ୍ଟେରିଆ ରହିଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ହାନିକାରକ ହୋଇଥାଏ। ତେବେ କଞ୍ଚା ଅଣ୍ଡା ଏବଂ କ୍ଷୀର ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ…

ବ୍ୟାକ୍ଟେରିଆଲ ସଂକ୍ରମଣ:

କ୍ଷୀର ସହିତ କଞ୍ଚ ଅଣ୍ଡା ଖାଇବା ଦ୍ୱାରା ବ୍ୟାକ୍ଟେରିଆଲ ସଂକ୍ରମଣ ହେବାର ବିପଦ ରହିଥାଏ। ତେଣୁ କେବେ ବି ସକାଳୁ କଞ୍ଚା ଅଣ୍ଡା ସହିତ କ୍ଷୀର ଖାଇବା ଉଚିତ ନୁହେଁ।

ଆଲର୍ଜି:

କିଛି ଲୋକଙ୍କର ଅଣ୍ଡାରେ ଥିବା ହାଇ ପ୍ରୋଟିନ ଯୋଗୁଁ ଆଲର୍ଜି ହୋଇଥାଏ। କଞ୍ଚା ଅଣ୍ଡା ଏବଂ କ୍ଷୀରରେ ପ୍ରୋଟିନ ଅଧିକ ମାତ୍ରାରେ ଥିବା ଯୋଗୁଁ ଆପଣଙ୍କୁ କ୍ଷତି ପହଞ୍ଚିଥାଏ। ଏହାଦ୍ୱାରା ଫଲିବା, ନିଶ୍ୱାସ ନେବାରେ ସମସ୍ୟା, ବାନ୍ତି ଭଳି ସମସ୍ୟା ଦେଖାଦିଏ।

କେଶ ଝଡିବା:

କଞ୍ଚା ଅଣ୍ଡା ଯୋଗୁଁ ଆପଣଙ୍କ ଶରୀରରେ ବାୟୋଟିନର ଅଭାବ ହୋଇପାରେ। ଯାହା ଦ୍ୱାରା ଆପଣଙ୍କ କେଶ ଅଧିକ ମାତ୍ରାରେ ଝଡିଥାଏ। ସେହିପରି କିଛି ଲୋକଙ୍କୁ ସ୍କିନ ସହିତ ଜଡିତ କିଛି ସମସ୍ୟା ମଧ୍ୟ ଦେଖାଦିଏ।

ଗର୍ଭବତୀ ମହିଳା ଖାଇବା ଉଚିତ ନୁହେଁ:

କଞ୍ଚା ଅଣ୍ଡା ଏବଂ କ୍ଷୀର ଖାବା ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ହୋଇଥାଏ। ଗର୍ଭାବସ୍ଥାରେ ବ୍ୟାକ୍ଟେରିଆଲ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ।

periods

ପେଟ ସମସ୍ୟା:

କ୍ଷୀର ଏକ କଞ୍ଚା ଅଣ୍ଡା ଖାଇବା ପେଟ ଯନ୍ତ୍ରଣା, ଗ୍ୟାସ୍‌ ଏବଂ ଏସିଡିଟି ଭଳି ସମସ୍ୟା ଦେଖାଦିଏ। ଯଦି ଆପଣଙ୍କର ଏପରି ସବୁ ସମସ୍ୟା ରହିଥାଏ, ତେବେ କେବେ ବି ଖାଆନ୍ତୁ ନାହିଁ।

ବଢିପାରେ କୋଲେଷ୍ଟ୍ରଲ:

କ୍ଷୀର ଏବଂ କଞ୍ଚା ଅଣ୍ଡା ଖାଇବା ଫଳରେ କୋଲେଷ୍ଟ୍ରଲ ଲେବଲ ବଢିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.