Below header

ଯଦି ଆପଣଙ୍କ ହସ୍ତରେଖା ଦ୍ୱାରା ହାତରେ ବନୁଛି ଏହି ଅକ୍ଷର , ତାହେଲେ ଜାଣିନିଅନ୍ତୁ ଆପଣଙ୍କ ଭାଗ୍ୟ

ହସ୍ତଶାସ୍ତ୍ର ଅନୁସାରେ ମଣିଷ ସହିତ ଭବିଷ୍ୟତରେ କଣ ଘଟିବ ତାହା ହାତର ରେଖାରୁ ଜଣା ପଡି ଯାଇଥାଏ । ଆମ ହାତ ରେଖାରେ ଏପରି ଅନେକ ରହସ୍ୟ ଲୁଚି ରହିଛି ଯାହାର ମହତ୍ୱ ବିଷୟରେ ଆମେ ଜାଣି ନଥାଉ । ହସ୍ତରେଖା ମାଧ୍ୟମରେ ଆମେ ଯେକୌଣସି ବ୍ୟକ୍ତିଙ୍କ ଭବିଷ୍ୟତ ଏବଂ ସ୍ୱଭାବ ବିଷୟରେ ମଧ୍ୟ ଜାଣି ପାରିବା । ତାହେଲେ ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତିଙ୍କ ହାତରେ ରେଖା ଦ୍ୱାରା ହୋଇଥାଏ ଏପରି ଚିହ୍ନ କିପରି ରହିଥାଏ ସେମାନଙ୍କ ଭାଗ୍ୟ ।

ଯେଉଁ ବ୍ୟକ୍ତିମାନଙ୍କ ହାତରେ ରେଖା ଦ୍ୱାରା M ଲେଖି ହୋଇଥାଏ ସେହି ବ୍ୟକ୍ତିମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହିଭଳି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ରହିଥାଏ । ଏପରି ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ସେମାନେ ଯେଉଁ କାମରେ ହାତ ଦିଅନ୍ତି ସେଥିରେ ସଫଳତା ପ୍ରାପ୍ତ କରନ୍ତି ।

Image result for m in hastarekha

 

ହସ୍ତରେଖା ଦ୍ୱାରା ଏପରି ଅକ୍ଷର ହେଉଥିଲେ ବ୍ୟକ୍ତିଜଣକ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ଏହିଭଳି ବ୍ୟକ୍ତିମାନଙ୍କ ପାଇଁ ବ୍ୟବସାୟ କରିବା ବହୁତ ଶୁଭ ହୋଇଥାଏ । ସେମାନଙ୍କୁ ବ୍ୟବସାୟ ଦ୍ୱାରା ଅପାର ସଫଳତା ପ୍ରାପ୍ତ ହୋଇଥାଏ ଏବଂ ବହୁତ ଭଲ ବ୍ୟବସାୟିକ ମିତ୍ର ମଧ୍ୟ ହୋଇଥାନ୍ତି ।

ଏହିପରି ଲୋକମାନେ ବହୁତ ବିଶ୍ୱାସୀ ହୋଇଥାନ୍ତି ଏବଂ ଆନ୍ତରିକ ଭାବେ ବନ୍ଧୁତାର ସମ୍ପର୍କ ପାଳନ କରିଥାନ୍ତି । ନିଜ ପରିବାର ଓ ସମ୍ପର୍କୀୟମାନଙ୍କ ପାଇଁ ବହୁତ ନିଷ୍ଠାର ସହ କାର୍ଯ୍ୟ କରିଥାନ୍ତି ଓ ଏମାନେ ବହୁତ ସରଳ ବିଶ୍ୱାସୀ ହୋଇଥାନ୍ତି ।

Related image

ଯେଉଁ ବିବାହିତ ସ୍ତ୍ରୀ ଓ ପୁରୁଷମାନଙ୍କ ହାତରେ ଏହିପରି ଚିହ୍ନ ହୋଇଥାଏ ସେମାନେ ଦୁଇଜଣ ଜଣେ ଅନ୍ୟଜଣକ ପାଇଁ ହିଁ ହୋଇଥାନ୍ତି ଏବଂ ସେମାନଙ୍କ ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ । ଏହିପରି ବ୍ୟକ୍ତିମାନେ କେବେବି କୌଣସି କଥାକୁ ଭୟ କରନ୍ତି ନାହିଁ କାରଣ ଏପରି ଲୋକମାନଙ୍କର ହୃଦୟ ବହୁତ ସଫା ହୋଇଥାଏ ଏବଂ ଏମାନେ ମନରୁ ବହୁତ ଭଲ ହୋଇଥାନ୍ତି । ଏହିପରି ଲୋକମାନେ କେବେବି ମିଛର ସାହାରା ନିଅନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.