ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଗ୍ରାଣ୍ଡ ଫିନାଲେରେ ଚମକିବେ ଓଡ଼ିଆ ଝିଅ ପ୍ରତୀକ୍ଷା

ସମ୍ବଲପୁର (କେନ୍ୟୁଜ୍) : ମିସ୍ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ଗ୍ରାଣ୍ଡ ଫିନାଲେରେ ଭାଗ ନେବେ ସମ୍ବଲପୁରର ଝିଅ ପ୍ରତୀକ୍ଷା ମିଶ୍ର। ଆସନ୍ତା ୧୪ରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ହେବ ଏହି ପ୍ରତିଯୋଗୀତା। ଇଣ୍ଡିଆନ୍ ଫେସନ୍ ଫିଷ୍ଟା ପକ୍ଷରୁ ଏହା ଅନୁଷ୍ଠିତ ହେଉଛି। ଅନଲାଇନ୍ ଭୋଟିଂ ସହ ଏକାଧିକ ପର‌୍ୟ୍ୟାୟରେ କୃତିତ୍ୱ ହେବା ପରେ ପ୍ରତୀକ୍ଷା ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହୋଇଛନ୍ତି । ଆଇଏଫଏଫ୍ର କ୍ୟାଲେଣ୍ଡର ୨୦୧୯ ଫଟୋସୁଟ୍ ପାଇଁ ପ୍ରତୀକ୍ଷା ଆସନ୍ତା ମାସରେ ହାଇଦ୍ରାବାଦ ଯିବେ। ଯୁକ୍ତ ବିଜ୍ଞାନରେ ପାଠ ପଢୁଥିବା ପ୍ରତୀକ୍ଷା ସ୍କୁଲ ସମୟରୁ ହିଁ ମଡେଲିଂ ଦୁନିଆରେ ପାଦଥାପି ଅନେକ ପୁରସ୍କାର ଲାଭ କରିଛନ୍ତି। ଭବିଷ୍ୟତରେ ସେ ଜଣେ କୃଷି ଅଧିକାରୀ ହେବେ ବୋଲି କହିଛନ୍ତି। ମଡେଲିଂ ତାଙ୍କର ପେସା ନୁହେଁ, ନିଶା ବୋଲି କହିଛନ୍ତି।