ମାତ୍ର ଦୁଇ ମିନିଟରେ ଆସିଯିବ ନିଦ, ଯୁଦ୍ଧ ସମୟରେ ଏହି କୌଶଳକୁ ଆପଣାନ୍ତି ସୈନିକ

ବେଡରେ ଅଧିକ ସମୟ ପଡି ମଧ୍ୟ ନିଦ ହେଉନାହିଁ କି ? ନିଦ ନ ହୋଇ ମଧ୍ୟ ରାତି ବିତିଯାଉଛି ? ଯଦି ଆପଣଙ୍କୁ ବି ଶେଯକୁ ଯିବା ପରେ ଘଣ୍ଟାଏ ପର୍ଯ୍ୟନ୍ତ ନିଦ ଆସିନଥାଏ, ତେବେ ଏମିତି ଉପାୟଆମେ ଜଣାଇବୁ, ଯାହାକୁ ବ୍ଯବହାର କରିବା ମାତ୍ରେ ସଙ୍ଗେ ସଙ୍ଗେ ନିଦ ଆସିଯିବ।

ପ୍ରତିବର୍ଷ ମାର୍ଚ୍ଚ ମାସର ୩ୟ ଶୁକ୍ରବାରରେ ୱାଲର୍ଡ ସ୍ଲିପ୍ ଡେ ପାଳନ କରାଯାଏ । ଏହି ଦିନକୁ ପାଳିବାର ଅର୍ଥ ଲୋକଙ୍କୁ ନିଦ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା । କିଛି ଲୋକ ଏମିତି ଥାଆନ୍ତି ଯିଏକି, ଶେଯକୁ ଯିବା କ୍ଷଣି ନିଦ ଆସିଯାଏ, ହେଲେ କିଛି ଲୋକସାରା ରାତି ଅନେକ ଚେଷ୍ଟା କଲାପରେ ବି ଖୁବଶୀଘ୍ର ଶୋଇ ପାରନ୍ତି ନାହିଁ ।

ଖୁବଶୀଘ୍ର ନିଦ ଆସିବା ପାଇଁ ସେନାରେ ଏକ ଖାସ୍ ସିକ୍ରେଟର ବ୍ୟବହାର କରାଯାଏ, ଯାହାର ୨ମିନିଟ୍ ଭିତରେ ନିଦ ଆସିଯାଏ । ଏହି ଟ୍ରିକ୍ ୟୁଏସ୍ ଆର୍ମି ଯୁଦ୍ଧ ସମୟରେ ବ୍ୟବହାର କରନ୍ତି ।

sleep1

ଚମ୍ପିୟାନ ପରଫର୍ମାନ୍ସ ନାମକ ପୁସ୍ତକରେ ଏହି ସିକ୍ରେଟ୍ ବିଷୟରେ ସୂଚନା ଦିଆଯାଇଛି । ଏମିତି ତ ଏହି ପୁସ୍ତକ ୧୯୮୧ରେ ପ୍ରକାଶିତ ହୋଇ ସାରିଛି, କିନ୍ତୁ Joe.co.uk ୱେବସାଇଟରେ ପ୍ରକାଶିତ ହେବା ପରେ ପୁରା ଦୁନିଆରେ ଏହି ଟ୍ରିକ୍ ପ୍ରସିଦ୍ଧ ହୋଇଯାଇଛି । କୁହାଯାଏ କି ଆର୍ମି ଚିଫ୍ ଏହି କୌଶଳକୁ ଏଥିପାଇଁ କରିଥିଲେ କି , ଥକ୍କାପଣ କାରଣରୁ ସୈନିକଙ୍କର କୌଣସି ଭୁଲ୍ ଯେମିତି ନହେଉ । ସୈନିକ କେମିତି ପର୍ଯ୍ୟାପ୍ତ ପରିମାଣରେ ଶୋଇ ପାରିବେ, ଏଥିପାଇଁ ଏଥିପାଇଁ ଏହି ଟ୍ରିକ୍ର ବ୍ୟବହାର କରାଯାଉଛି।

ଏଥିପାଇଁ ନିଜ ମୁହଁର ସବୁ ମସଲ୍ସକୁ ରିଲାକ୍ସ କରି ନିଅନ୍ତି। ଜିଭ ,ଦାନ୍ତ, ଆଖିର ଆଖପାଖର ମାଂସପେଶୀର ଯନ୍ତ୍ରଣା ଦୂର କରନ୍ତୁ। ନିଜର କାନ୍ଧ ଯେତେ ତଳକୁ ନେଇପାରିବ, ନେଇ ଯାଆନ୍ତୁ। ନିଶ୍ୱାସ ବାହାରକୁ ଛାଡ଼ନ୍ତୁ , ମୁଣ୍ଡ ଓ ପାଦକୁ ରିଲାକ୍ସ କରନ୍ତୁ । ଏହାପରେ ୧୦ ସେକେଣ୍ଡରେ ନିଜ ମସ୍ତିଷ୍କରୁ ସବୁ ଚିନ୍ତା ଓ ସମସ୍ୟାକୁ ବାହାର କରିବାକୁ ଚେଷ୍ଟା କରନ୍ତୁ।

ଏହି ୨ ଟି ଫଟୋ ମଧ୍ୟରୁ ଗୋଟିଏ ବିଷୟରେ ଭାବନ୍ତୁ – ଗୋଟିଏ ହେଉଛି ଆପଣ କୌଣସି ଶାନ୍ତ ଶୀତଳ ହ୍ରଦର କୂଳରେ ଶୋଇଛନ୍ତି ଓ ଉପରେ ନୀଳ ଆକାଶ , ଯାହାକି ପୂରା ନିର୍ମଳ ଦେଖାଯାଉଛି ଏବଂ ୨ୟ ଫଟୋରେ ଆପଣ ଏକ ଅନ୍ଧାରୁଆ ରୁମରେ ଭେଲ୍ଭେଟ୍ ଝୁଲାରେ ଶୋଇଛନ୍ତି ।

୧୦ ସେକେଣ୍ଡ ପର୍ଯ୍ୟନ୍ତ ବାରମ୍ୱାର ଏହାକୁ ଦୋହରାନ୍ତୁ – କିଛି ଭାବନ୍ତୁ ନାହିଁ , ଭାବନ୍ତୁ ନାହିଁ, ଭାବନ୍ତୁ ନାହିଁ । ଏକ ରିପୋର୍ଟ ମୁତାବିକ୍ ୬ ସପ୍ତାହ ପର୍ଯ୍ୟନ୍ତ ଅଭ୍ୟାସ କରିବା ପରେ ପାଖାପାଖି ୯୬ ପ୍ରତିଶତ ଲୋକଙ୍କ ପାଇଁ ଏହି ଟ୍ରିକ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.