ରାତିରେ ଶୋଇବା ପୂର୍ବରୁ ନଖଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଅନ୍ତୁ, ଫାଇଦା ଜାଣିଲେ ପ୍ରତିଦିନ କରିବେ ସେବନ

ଏହି କଥା ଆମେ ସମସ୍ତେ ଜାଣୁ ଯେ ହେଙ୍ଗୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ହେଙ୍ଗୁର ତଡ଼କା ଲଗାଯାଇଥାଏ। ପେଟ ପାଇଁ ହେଙ୍ଗୁ ବହୁତ ଭଲ ହୋଇଥାଏ। ଏହାର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦୀ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ହେଙ୍ଗୁ ପାଣିର ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା ଏହାର ଫାଇଦା କ’ଣ ସବୁ ରହିଛି।

କୋଷ୍ଠକାଠିନ୍ୟ: କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ରାତିରେ ଶୋଇବା ପୂର୍ବରୁ ହେଙ୍ଗୁ ପାଉଡରକୁ ପାଣିରେ ମିଶାଇ ରଖନ୍ତୁ ଏବଂ ଏହି ପାଣିକୁ ସକାଳେ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପେଟ ସଫା ହୋଇଯିବ।

ଭୋକ କମ୍‌ ଲାଗୁଥିଲେ: ଭୋଜନ କରିବା ପୂର୍ବରୁ ହେଙ୍ଗୁକୁ ଘିଅରେ ଭାଜି ସେଥିରେ ଅଦା ଓ ଲହୁଣୀ ମିଶାଇ ସେବନ କରନ୍ତୁ। ଏମିତି କଲେ ଆପଣଙ୍କୁ ଖୁବ୍‌ ଭୋକ ଲାଗିବ।

ଦେହରେ କଣ୍ଟା ପଶିଥିଲେ: କଣ୍ଟା କିମ୍ବା କୌଣସି ଧାରୁଆ ଜିନିଷ ଦେହରେ ପଶିଥିଲେ ଏବଂ ଏହାକୁ ବାହାର କରିବାରେ ସମସ୍ୟା ଉପୁଜୁ ଥିଲେ, ସେହି ସ୍ଥାନରେ ହେଙ୍ଗୁ ପାଣିର ଲେପ ଦିଅନ୍ତୁ। ଏହି ଲେପ ଦେଲେ ଦେହରେ ପଶିଥିବା କଣ୍ଟା ଆପେ ବାହାରକୁ ବାହାରି ଆସିବ।

ଦାନ୍ତ ପୋକ କାଟିଥିଲେ: ଯଦି ଦାନ୍ତ ପୋକ କାଟିଛି, ତା’ହେଲେ ରାତିରେ ସେହି ଦାନ୍ତରେ ହେଙ୍ଗୁ ଲଗାଇ ଶୋଇ ପଡ଼ନ୍ତୁ। ପୋକ ଆପେ ଆପେ ବାହାରି ଆସିବ ନଚେତ୍‌ ମରିଯିବ।

ଥଣ୍ଡାରୁ ବଞ୍ଚାଇଥାଏ: ଶୀତ ଋତୁରେ ପ୍ରତିଦିନ ଗୋଟିଏ ଲେଖାଏ ଗ୍ଲାସ୍‌ ହେଙ୍ଗୁ ପାଣି ପିଅନ୍ତୁ। ଏହାଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ହୋଇ ନ ଥାଏ ଏବଂ ଶୀତରୁ ମଧ୍ୟ ରକ୍ଷା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.