ହୋମଯଜ୍ଞର ପାଉଁଶକୁ ନଦୀରେ ନ ଭସାଇ ଏହି କାମରେ କରନ୍ତୁ ବ୍ୟବହାର, କେବେ ବି ସରି ଯିବନି ଆପଣଙ୍କ ଆଲମିରାରୁ ଧନ

ହିନ୍ଦୁ ଧର୍ମରେ ହୋମଯଜ୍ଞର ବହୁତ ମହତ୍ତ୍ୱ ରହିଛି। ହୋମରେ ମହୁ, ଘିଅ, ଫଳ ଆଦି କେତେକ ଜିନିଷର ଆହୂତି ଦିଆଯାଇଥାଏ। ନିୟମିତ ରୂପେ ହୋମ କରିବା ବି ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ବାୟୁ ଶୁଦ୍ଧ ହୋଇଥାଏ। ସେହିପରି ବାସ୍ତୁ ମୁତାବକ ମଧ୍ୟ ହୋମ କରିବା ଖୁବ୍‌ ଲାଭଦାୟକ ହୋଇଥାଏ, ଯେଉଁଥିରେ ଆଖପାଖର ପରିବେଶ ପଜିଟିଭ୍‌ ରହିଥାଏ।

ତେବେ ଅନେକ ଲୋକ ହୋମଯଜ୍ଞ କରିବା ପରେ ଏହାର ପାଉଁଶକୁ ନଦୀରେ ଭସେଇ ଦେଇଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ହୋମ ପାଉଁଶ ଆପଣଙ୍କ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। କାହିଁକିନା, ଏଥିରୁ ଆପଣଙ୍କୁ ଅନେକ ପ୍ରକାରର ଫାଇଦା ମିଳିପାରେ। ଆସନ୍ତୁ ଜାଣିବା ହୋମ ପାଉଁଶର ଫାଇଦା ବିଷୟରେ।

ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ: ହୋମ କରିବା ପରେ ଏହାର ପାଉଁଶକୁ ଘରେ କିମ୍ବା ବ୍ୟବସାୟ ସ୍ଥଳରେ ଚାରିଆଡ଼େ ସିଞ୍ଚନ କରି ଦିଅନ୍ତୁ। ଏମିତି କଲେ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନ ଥାଏ।

ନଜର ଦୋଷରୁ ମୁକ୍ତି: ନଜର ଦୋଷରୁ ମୁକ୍ତି ପାଇବା ପାଇଁ ଘରର ସଦସ୍ୟଙ୍କୁ ହୋମ ପାଉଁଶର ତିଳକ ବା ଟୀକା ଲଗାଇବା ଉଚିତ। ଏଥିରେ ନଜର ଦୋଷରୁ ରକ୍ଷା ମିଳିଥାଏ।

ଆଲମିରାରେ ରଖିଲେ ବଢ଼ିଥାଏ ଧନ: ହୋମ ପାଉଁଶକୁ ଯଦି ଆପଣ ନିଜ ଆଲମିରାରେ ରଖିବେ, ତେବେ ଆପଣଙ୍କୁ ଧନ ସମ୍ବନ୍ଧୀୟ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। ଏଥିରେ ଧନ ମଧ୍ୟ ବଢ଼ିବ।

ଭୟାନକ ସ୍ୱପ୍ନରୁ ମୁକ୍ତି: ଯଦି ଆପଣଙ୍କୁ ରାତିରେ ଭୂତିଆ ସ୍ୱପ୍ନ କିମ୍ବା ଅନ୍ୟ କୌଣସି ଭୟଙ୍କର ସ୍ୱପ୍ନ ଆସୁଛି, ତା’ହେଲେ ୪ ଦିନ ଧରି ଦୈନିକ ହୋମ ପାଉଁଶର ଟୀକା ଲଗାନ୍ତୁ। ଏହି ଟୀକା ଲଗାଇଲେ ଆପଣଙ୍କୁ ଭୟଙ୍କର ସ୍ୱପ୍ନ ଆସିବା ବନ୍ଦ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.