ଯଦି ଦ୍ରୁତ ଭାବେ ଚାହୁଁଛନ୍ତି ଆପଣଙ୍କ ଓଜନ ହ୍ରାସ କରିବା ପାଇଁ, ତେବେ ପ୍ରତିଦିନ ଦୁଧରେ ମିଶାଇ ପିଅନ୍ତୁ ଏହି ଗୋଟିଏ ଜିନିଷ

ଆଜିକାଲି ମୋଟା ହେବା ଏକ ବଡ ସମସ୍ୟା ହୋଇଛି । ମୋଟା ପଣ ଯୋଗୁ ଶରୀରରେ ବିଭିନ୍ନ ରୋଗ ଉତ୍ପନ୍ନ ମଧ୍ୟ ହୋଇଥାଏ । ଭୁଲ ଖାଦ୍ୟ ପାନୀୟ ଓ ଅଧିକ ଆରାମ କାରଣରୁ ଓଜନ ବଢ଼ିବାକୁ ଲାଗିଥାଏ । ଥରେ ଓଜନ ବଢ଼ିଗଲେ ଏହାକୁ କଣ୍ଟ୍ରୋଲ କରିବା ସହଜ ହୋଇନଥାଏ । ଏଥିପାଇଁ ବ୍ୟକ୍ତିକୁ ବହୁତ କଣ୍ଟ୍ରୋଲରେ ରହିବାକୁ ପଡିଥାଏ । ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଦେବା ସହ ବ୍ୟାୟାମ ମଧ୍ୟ ଜରୁର ହୋଇଥାଏ ।

ଏଥିପାଇଁ ଓଜନ କଣ୍ଟ୍ରୋଲ କରିବା ପାଇଁ ସବୁଠୁ ସୁନ୍ଦର ଉପାୟ ଦୁଧରେ ମହୁ ମିଶାଇ ଖାଇବା । ଏହାର ସେବନ ଦ୍ୱାରା ବଢ଼ୁଥିବା ଓଜନ ଦ୍ରୁତ ଭାବେ କଣ୍ଟ୍ରୋଲ ହୋଇଥାଏ । ଯଦି ଆପଣ ଦ୍ରୁତ ଭାବେ ଓଜନ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଦୁଧରେ ମହୁ ମିଶାଇ ପିଅନ୍ତୁ । ଏହା ଫ୍ୟାଟକୁ ଦ୍ରୁତ ଗତିରେ କମାଇଥାଏ ।

ମହୁ

ଡାକ୍ତର ମଧ୍ୟ ଡାଇବେଟିସ ରୋଗୀଙ୍କୁ ଚିନି ବଦଳରେ ମହୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏଥିରେ ଗ୍ଲାଇଜୋମିକ ଇଣ୍ଡେକ୍ସ ବହୁତ କମ ରହିଥାଏ, ଯାହାଫଳରେ ରକ୍ତରେ ଶର୍କରା ସ୍ତର ବଢ଼ିନଥାଏ । ଏଥିରେ ଔଷଧୀୟ ଗୁଣ ନାୟସିନ, ଭିଟାମିନ ବି-୬, ଭିଟାମିନ ସି କାର୍ବୋ ହାଇଡ୍ରେଟ୍‌, ରାଇବୋଫ୍ଲୋବିନ ଓ ଏନିମୋଏସିଡ୍‌ ମିଳିଥାଏ । ଯାହା ବିଭିନ୍ନ ପ୍ରକାର ରୋଗ ପାଇଁ ଲାଭକାରୀ ହୋଇଥାଏ । ଡାଇବେଟିସ ରୋଗୀ ଶୁଗାର କଣ୍ଟ୍ରୋଲ କରିବା ପାଇଁ ମହୁ ସେବନ କରିପାରିବେ ।

କେମିତି କରିବେ ସେବନ

ଯଦି ଆପଣ ମୋଟାପଣ ଯୋଗୁ ବିବ୍ରତ ଓ ଓଜନକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି,ତେବେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଗୋଟିଏ ଚାମଚ ମହୁ ମିଶାଇ ପିଅନ୍ତୁ । ସକାଳେ ମଧ୍ୟ ଡିଟାକ୍ସ ଡ୍ରିଙ୍କସରେ ମହୁ ମିଶାଇ ପିଅନ୍ତୁ । ବଢ଼ୁଥିବା ଓଜନ ଖୁବ୍‌ ଶୀଘ୍ର ହ୍ରାସ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.