ଟ୍ଯାନିଂ ଏବଂ ପିଗମେଣ୍ଟେସନ ଯୋଗୁଁ ଚିନ୍ତାରେ ଅଛନ୍ତି କି ? କିଚେନରେ ଥିବା ଏହି ଜିନିଷରେ କରିପାରିବେ ଦୂର

ଅଧିକ ସମୟ ବାହାରେ ବୁଲିବା ହେଉ ଅବା ଟେନସନ ଏଥିପାଇଁ ଚେହେରାରେ ଟ୍ଯାନିଂ ଏବଂ ପିଗମେଣ୍ଟେସନ ସମସ୍ଯା ଦେଖାଯାଏ। ଏଥିପାଇଁ କେବଳ ଯୁବତୀମାନେ ଟେନସନ ନୁହେଁ ବରଂ ପାଲର୍ର ଯାଇ ମହଙ୍ଗା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ଯବହାର କରନ୍ତି। ଯଦି ଆପଣ ପାର୍ଲର ଯାଇ ପଇସା ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି, ତେବେ ଏମିତି କିଛି ଘରୋଇ ଉପାୟ ଆପଣାଇ ଏହାକୁ ଦୂର କରିପାରିବେ। ଆଉ ଏହିସବୁ ସାମଗ୍ରୀ ଆପଣଙ୍କ କିଚେନ ରୁମ୍ ରେ ହିଁ ରହିଛି। ତେବେ ଆସନ୍ତୁ ଜାଣିବା କ’ଣ ସବୁ ଏହି ଜିନିଷ…

ରୋଷେଇ ଘରେ ସମସ୍ତଙ୍କର ଦହି ନିଶ୍ଚିତ ଥିବ। ଯଦି ତ୍ବଚାକୁ ଉଜ୍ବଳ କରିବାକୁ ଚାହୁଁଛନ୍ତି, ତେବେ ଏକ ପାତ୍ରରେ ଦହି ଏବଂ ଲହୁଣୀ ନେଇ ମୁହଁରେ ଭଲଭାବେ ମାଲିସ କରନ୍ତୁ। ଏହାକୁ ଲଗାଇ ଶୁଖିବା ପରେ ଧୋଇଦିଅନ୍ତୁ। ଏମିତି କଲେ ସ୍କିନକୁ ଥଣ୍ଡା ଲାଗିବ ଆଉ ଆପଣଙ୍କ ସମସ୍ଯା ମଧ୍ୟ ଦୂର ହେବ।

dahi

ଏକ ପାତ୍ରରେ ୧ ଚାମଚ ମହୁ ଏବଂ ଏକ ଚତୁର୍ଥାଂଶ ହଳଦୀ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଦେଖାଯାଉଥିବା ଚିହ୍ନରେ ଲଗାନ୍ତୁ ଏବଂ ଶୁଖିଲା ପରେ ଧୋଇଦିଅନ୍ତୁ।

ଏକ ପାଚିଲା ଆଭାକାଡୋ ନେଇ ତାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ଚେହେରାରେ ଥିବା ପ୍ରୋବ୍ଲେମ ଏରିଆରେ ଲଗାଇ ୧୫ ମିନିଟ ରଖନ୍ତୁ। ତା’ ପରେ ଧୋଇଦିଅନ୍ତୁ।

କାକୁଡି ଚେହେରାକୁ ଭଲ ଭାବେ ଟ୍ଯାନିଂ କରିବା ସହିତ ପିଗମେଣ୍ଟେସନ ଦୂର କରିଥାଏ। ତେଣୁ ଏକ କାକୁଡି ଘଣ୍ଡ ନେଇ ମୁହଁରେ ଭଲଭାବେ ଘଷନ୍ତୁ। ଏହା ଶୁଖିଗଲାପରେ ଧୋଇଦିଅନ୍ତୁ। ଆପଣଙ୍କ ସମସ୍ଯା ଦୂର ହେବ।

papaya

ପାଚିଲା ଭଣ୍ଡା ଚେହେରାରେ ଉଜ୍ବଳତା ଆଣିବା ସହିତ ଟ୍ଯାନିଂ ମଧ୍ୟ କରିଥାଏ। ତେଣୁ ଏକ ପାଚିଲା ଭଣ୍ଡା ଖଣ୍ଡ ଆଣି ଏକ ଚାମଚ କ୍ଷୀର ମିଶାଇ ଲଗାନ୍ତୁ। ଶୁଖିଗଲା ପରେ ଏହାକୁ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.