ଖୋଲୁଛି ପାଠକ ବାପା-ପୁଅଙ୍କ ଦୁର୍ନୀତି ପେଡି: ଆଜି ଆଉ କିଛି ଜଣଙ୍କୁ ଡାକି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ, ପୁଣେରେ ବି ଚାଲିଛି ଖୋଳତାଡ

ଭୁବନେଶ୍ବର: ଗୋଟିଏ ପଟେ ଅଭୟକାନ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଖୋଳତାଡ କରୁଛି ଭିଜିଲାନ୍ସ । ଅନ୍ୟପଟେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ପୁଅ ଆକାଶଙ୍କ ନାଁରେ ଆସିଥିବା ଠକେଇର ତନାଘନା ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଡିଏସପି ବିକାଶ ବେଉରିଆଙ୍କ ନେତୃତ୍ୱରେ ୯ ଜଣିଆ ଟିମ୍‌ ତଥ୍ୟ ହାସଲ କରୁଛି ।

akash pathak 1ଗୋପାଳପୁର ବିଧାୟକଙ୍କ ଲିଙ୍କ ରହିଛି କି ନାହିଁ ସେଦିଗରେ ବି ଚାଲିଛି ତଦନ୍ତ । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କୁ ଡାକି ପଚରାଉଚରା କରାଯାଇଛି । ଗତକାଲି ସଂଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ବ୍ରହ୍ମପୁରରେ ତଦନ୍ତର ସମୀକ୍ଷା କରିଛନ୍ତି । ଆଜି ଆଉ କିଛି ଜଣଙ୍କୁ ଡାକି ପଚରାଉଚରା କରାଯାଇପାରେ । ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପୁଣେରେ ଗୋଟିଏ ଟିମ୍‌ ତଦନ୍ତ କରିଥିବା ବେଳେ ବ୍ରହ୍ମପୁରରେ ବି ଖୋଳତାଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.