ଆଜି ଶ୍ରୀଲଙ୍କାରେ ମାଡ ହେବ ବାତ୍ୟା ‘ବୁରେଭି’, ସଂଧ୍ୟା କିମ୍ବା ରାତି ସୁଦ୍ଧା କରିବ ତ୍ରିଙ୍କୋମାଲି ଅତିକ୍ରମ

ନୂଆଦିଲ୍ଲୀ: ଆଜି ଶ୍ରୀଲଙ୍କାରେ ମାଡ ହେବ ବାତ୍ୟା ବୁରେଭି । ସଂଧ୍ୟା କିମ୍ବା ରାତି ସୁଦ୍ଧା ତ୍ରିଙ୍କୋମାଲି ଅତିକ୍ରମ କରିବ । ବୁରେଭି ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ତ୍ରିଙ୍କୋମାଲି ଅତିକ୍ରମ ବେଳେ ପବନର ବେଗ ୭୫ରୁ ୮୫ ରହିପାରେ । ଏହା ବଢି ଘଣ୍ଟାପ୍ରତି ୯୫ କିଲୋମିଟର ହୋଇପାରେ ।

ଏହା ପରେ ବୁରେଭି ପଶ୍ଚିମ ଦିଗରେ ଗତି କରିବ । ୪ ତାରିଖରେ ଦକ୍ଷିଣ ତାମିଲନାଡୁରେ ମାଡ଼ ହୋଇପାରେ । ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ତାମିଲନାଡୁ ଉପକୂଳର କନ୍ୟାକୁମାରୀ ଓ ପମ୍ବନ ଅତିକ୍ରମ କରିବ । ବାତ୍ୟା ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ତାମିଲନାଡୁରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ କେରଳ, ପୁଡୁଚେରୀ, ଉପକୂଳ ଆନ୍ଧ୍ରପ୍ରଦେଶରେ ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.