Below header

ରାଗ ଖାଇବା ବହୁତ ପସନ୍ଦ ? ତାହେଲେ ଏହାଦ୍ୱାରା ଶରୀର ଭିତରେ କଣ ହୁଏ ତାହା ବି ଜାଣି ନିଅନ୍ତୁ

କାହାକୁ ମିଠା ଅଧିକ ପସନ୍ଦ ତ କାହାକୁ ରାଗ କିନ୍ତୁ ଉଭୟକୁ ଅଧିକ ପରିମାଣରେ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଯଦି ଆପଣ ମଧ୍ୟ ସେହିମାନଙ୍କ ମଧ୍ୟରେ ଅଛନ୍ତି । ଯେଉଁମାନେ ଅଧିକ ମସଲାଯୁକ୍ତ ବା ଅଧିକ ରାଗ ଖାଇବାକୁ ଭଲ ପାଆନ୍ତି, ତେବେ ଏହି ଆର୍ଟିକିଲ୍ ଆପଣଙ୍କ ପାଇଁ । ଅତ୍ୟଧିକ ରାଗ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର କ୍ଷତି ହୋଇପାରେ । ଯାହା ବିଷୟରେ ଆପଣ ସଚେତନ ହେବା ଉଚିତ୍ । ତାହେଲେ ଆସନ୍ତୁ ଜାଣିବା କଣ ଏସବୁ ..

Spicy foods may heighten our perception of salt - News on Heart.org

  • ଅତ୍ୟଧିକ ମସଲାଯୁକ୍ତ କିମ୍ବା ରାଗ ଖାଇବା ଦ୍ୱାରା ଅସ୍ୱାଭାବିକତା ଏବଂ ପେଟରେ ଜ୍ୱଳନ ସୃଷ୍ଟି ହୋଇପାରେ । ଏହା ଅଧିକାଂଶ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ରାତ୍ରୀ ଭୋଜନ ଏବଂ ନିଦ ମଧ୍ୟରେ ଅଧିକ ବ୍ୟବଧାନ ନଥାଏ ।
  • ରାତି ସମୟରେ ଅଧିକ ରାଗ ଖାଇ ଶୋଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥି ନଷ୍ଟ ହୋଇଯାଏ । ତାସହିତ ହଜମ ନହେବା ଏବଂ ନିଦ ନହେବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ ।
  • ଅତ୍ୟଧିକ ରାଗ ଖାଇବା ଦ୍ୱାରା ଏହା ମେଟାବୋଲିଜିମ୍ କୁ ମନ୍ଥର କରିଥାଏ ଏବଂ ହଜମ କରିବାକୁ ସମୟ ନେଇଥାଏ । ଏହା ଆପଣଙ୍କ ଏନର୍ଜି ଲେବୁଲ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।
  • ଲଙ୍କାରେ କ୍ୟାପସାଇସିନ୍ ନାମକ ଏକ ପଦାର୍ଥ ରହିଥାଏ ଯାହା ଏସିଡ୍ ସମସ୍ୟା ସୃଷ୍ଟି କରିପାରେ ।
  • ଅତ୍ୟଧିକ ରାଗ ଖାଦ୍ୟ ଖାଇବା ଦ୍ୱାରା ହଜମ ନହେବା ଓ ଅନିଦ୍ରା ଭଳି ସମସ୍ୟା ଦେଖାଦେଲେ ଏହାର ପ୍ରଭାବ ମଧ୍ୟ ଆପଣଙ୍କର ଓଜନ ବୃଦ୍ଧି ଭାବରେ ଦେଖାଦେଇପାରେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.