ହୋଇଯାଆନ୍ତୁ ସାବଧାନ୍, ଆପଣଙ୍କ ଏହି ସବୁ ଭୁଲ୍ ଅଭ୍ୟାସ୍ ହୋଇଥାଏ କିଡନୀ ଫେଲର କାରଣ

କିଡନୀ ଆମ ଶରୀର ପାଇଁ ବହୁତ ଜରୁରୀ ଅଂଶ ଅଟେ। ଏହା ରକ୍ତକୁ ସଫା କରି ବିଷଲ୍ୟ ତତ୍ତ୍ବକୁ ବାହାର କରିବାରେ ସାହାଯ୍ୟ କରିଥାଏ। ସବୁ ମଣିଷଙ୍କ ଶରୀରରେ ଦୁଇଟି କିଡନୀ ଥାଏ। ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ଲୋକ ନିଜର ସ୍ବାସ୍ଥ୍ୟକୁ ଅଣଦେଖା କରିଥାନ୍ତି। ଯେଉଁ କାରଣରୁ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଆପଣଙ୍କ ଦ୍ବାରା ହେଉଥିବା କିଛି ଭୁଲ ପାଇଁ ଆପଣଙ୍କ କିଡନୀ ଖରାପ ହୋଇପାରେ।

kidneyପାଣି ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ, କିନ୍ତୁ କମ୍ କିମ୍ବା ଅଧିକ ପାଣି ପିଇବା ଦ୍ବାରା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସବୁବେଳେ ସମାନ ପରିମାଣରେ ପାଣି ପିଇବା ଆବଶ୍ୟକ।

ଏହା ସହ ପଢ଼ନ୍ତୁ : ଖାଲି ପେଟରେ ପିଅନ୍ତୁ ମାତ୍ର ୨ ଗ୍ଲାସ୍ ପାଣି , ମିଳିବ ଏହି ୧୦ ଚମତ୍କାରୀ ଲାଭ 

ଅଧିକ ମାତ୍ରାରେ ପେନ୍ କିଲର ଖାଇବା ଦ୍ବାରା ମଧ୍ୟ କିଡନୀ ଫେଲ୍ୟୁୟରର ସମସ୍ୟା ହୋଇପାରେ। ପେନ୍ କିଲର କିଡନୀର କୋଶିକାଙ୍କୁ ବହୁତ ଅଧିକ କ୍ଷତି ପହଁଞ୍ଚାଇଥାଏ। ଏଥିପାଇଁ ଦରକାରରୁ ଅଧିକ ପେନ କିଲରର ସେବନ କରିବା ଉଚିତ ନୁହେଁ।

kidneyକିଛି ଲୋକଙ୍କୁ ଅଧିକ ଲୁଣ ଖାଇବାର ଅଭ୍ୟାସ ଥାଏ। ଯେଉଁ କାରଣରୁ ସେମାନଙ୍କର କିଡନୀ ଉପରେ ଖରାପ ପ୍ରଭାବ ପଡିଥାଏ। ଅଧିକ ମାତ୍ରାରେ ଲୁଣକୁ ଖାଇବା ଦ୍ବାରା ସୋଡିୟମ ସହଜରେ ଶରୀରରୁ ବାହାରକୁ ଯାଇପାରିନଥାଏ ଏବଂ କିଡନୀ ସମ୍ବଦ୍ଧୀୟ ସମସ୍ୟା ହୋଇପାରେ।

ସୁସ୍ଥ ଶରୀର ପାଇଁ ଅତି କମରେ ୮ ଘଣ୍ଟା ଶୋଇବା ଆବଶ୍ୟକ। ଶୋଇବା ସମୟରେ କିଡନୀର ଟିସୁର ନବ ନିର୍ମାଣ ହୋଇଥାଏ। ନିଦ ସମ୍ପୂର୍ଣ୍ଣ ନ ହେବା କାରଣରୁ ଏହି ପ୍ରକ୍ରୀୟାରେ ବାଧା ଆସିବାକୁ ଲାଗିଥାଏ ଯାହା ଦ୍ବାରା କିଡନୀକୁ ଜଡିତ ଅନେକ ସମସ୍ୟା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.