ନାକ ବନ୍ଦ ଯୋଗୁ କଷ୍ଟ ପାଉଛନ୍ତି କି? ଏହି ଘରୋଇ ଉପଚାର ତୁରନ୍ତ କରନ୍ତୁ, ଯଥାଶୀଘ୍ର ମିଳିବ ଆରାମ

ଶୀତଦିନ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଆମେ ଅନେକ ପ୍ରକାର ରୋଗରେ ପଡ଼ିଥାଉ। ବିଶେଷ କରି ସଂକ୍ରମଣର ବିପଦ ଏହି ଦିନେ ଅଧିକ ରହିଥାଏ। ଶୀତ ଋତୁରେ ଏକ ବଡ଼ ସମସ୍ୟା ହେଉଛି ନାକ ବନ୍ଦ ହୋଇଯିବା, ଯଦ୍ଦ୍ଵାରା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଆମେ କଷ୍ଟ ଅନୁଭବ କରିଥାଉ। ଯଦିଓ ଏଥିରେ ଡରିବାର କୌଣସି ଆବଶ୍ୟକ ନାହିଁ, କାହିଁକି ନା, ଆପଣ ଚାହିଁଲେ କିଛି ଘରୋଇ ଉପାୟ ସାହାଯ୍ୟରେ ବି ଏହି ସମସ୍ୟାରୁ ଛୁଟକାରା ପାଇପାରିବେ। ଏଥିପାଇଁ ଆପଣଙ୍କୁ ରୋଷେଇ ଘରେ ରଖାଯାଇଥିବା ଜିନିଷ ବ୍ୟବହାର କରିବାକୁ ହେବ।

ବନ୍ଦ ନାକ ଖୋଲିବାର ଉପାୟ

୧. ଷ୍ଟିମ୍‌ ଥେରାପି

ବନ୍ଦ ନାକ, ଥଣ୍ଡା, ସର୍ଦ୍ଦି, କାଶ ପାଇଁ ଏହି ଘରୋଇ ଉପଚାର ଅନେକ ବର୍ଷରୁ ଚାଲିଆସୁଛି, ଯଦ୍ଦ୍ଵାରା ବହୁତ ଆରାମ ମିଳିଥାଏ। ଏହାର ପ୍ରଭାବ ମଧ୍ୟ ଜଲ୍‌ଦି ଦେଖିବାକୁ ମିଳିଥାଏ। ଏଥିପାଇଁ ଆପଣ ଏକ ପାତ୍ରରେ ପାଣିକୁ ଫୁଟାଇ ନିଅନ୍ତୁ। ଏହାପରେ ଟାେଓ୍ଵଲରେ ମୁଣ୍ଡକୁ ଢାଙ୍କି ସେହି ବାମ୍ଫକୁ ଶୁଙ୍ଘିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ନାକ ଜଲ୍‌ଦି ସଫା ହୋଇଯିବ। କିଛି ଲୋକ ଗରମ ପାଣିରେ ବାମ୍‌କୁ ମିଶାଇ ନିଅନ୍ତି, ଯଦ୍ଦ୍ଵାରା ଏହାର ପ୍ରଭାବ ଆହୁରି ବଢ଼ି ଯାଇଥାଏ।

୨. ଗରମ ପାଣି ପିଅନ୍ତୁ

ନାକ ବନ୍ଦ ଯୋଗୁ ପ୍ରାୟତଃ ଆମେ ମୁଣ୍ଡବିନ୍ଧାର ବି ସାମ୍ନା କରିଥାଉ। କିନ୍ତୁ ଆପଣ ଆରାମରେ ଏହାର ଉପାୟ କରିପାରିବେ। ଏଥିପାଇଁ ଆପଣ ଗରମ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ। ଯଦି ଚାହୁଁଛନ୍ତି, ଜଲ୍‌ଦି ଆରାମ ମିଳୁ, ତା’ ହେଲେ ଗରମ ପାଣିରେ ମହୁ ଓ ଅଦା ରସ ମିଶାଇ ପିଅନ୍ତୁ। ଏହାଦ୍ୱାରା ବନ୍ଦ ନାକ ଖୋଲିବା ସହିତ କାଶ ମଧ୍ୟ ଦୂର ହୋଇପାରିବ।

୩. ନାଜାଲ ସ୍ପ୍ରେ ବ୍ୟବହାର କରନ୍ତୁ

ଆଜିକାଲି ବଜାରରେ ଅନେକ ପ୍ରକାରର ନାଜାଲ ସ୍ପ୍ରେ ଆସିଲାଣି। ଆପଣ ଚାହିଁଲେ ଡାକ୍ତରଙ୍କ ପରାମର୍ଶରେ ଏହାକୁ ବ୍ୟବହାର କରି ପାରିବେ। ଏହା ବହୁତ ଛୋଟ ଥାଏ, ତେଣୁ ଯୁଆଡ଼େ ଚାହିଁଲେ ଆପଣ କ୍ୟାରୀ କରି ପାରିବେ।

୪. ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ

ସାଧାରଣତଃ ଭଲ ସ୍ୱାସ୍ଥ୍ୟ ପାଇଁ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ବନ୍ଦ ନାକକୁ ଖୋଲିବାରେ ଏହି ଖାଦ୍ୟ ଆପଣଙ୍କୁ ସାହାଯ୍ୟ କରିପାରିବ। ଏଥିରୁ ଜଲ୍‌ଦି ଆରାମ ମିଳିବାର ଆଶା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.