ପ୍ରମିଜ୍‌ ଡେ’ ରେ ସାଥୀଙ୍କ ସହ ନିଅନ୍ତୁ ଏହିସବୁ ଶପଥ, ମଜବୁତ୍‌ ହେବ ସମ୍ପର୍କ

ଆଜି ଭାଲେଣ୍ଟାଇନ୍‌ ଡେ’ ର ପଞ୍ଚମ ଦିନ ଅର୍ଥାତ ପ୍ରମିଜ୍‌ ଡେ’। ଆଜିର ଦିନରେ ସବୁ ଜୀବନସାଥୀ ପରସ୍ପର ପ୍ରତି ସବୁଦିନ ପାଇଁ ସାଥୀରେ ରହିବା ଏବଂ ସବୁଦିନ ପାଇଁ ଭଲପାଇବା ରହିବା ପାଇଁ ଶପଥ କରିଥାନ୍ତି। ଏପରି କରିବାର କାରଣ ହେଉଛି ସମ୍ପର୍କ ଯେପରି ଆହୁରି ମଜବୁତ୍‌ ହେବ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ପ୍ରମିସ୍‌ ବିଷୟରେ କହିବୁ, ଯାହା ଆପଣ ନିଜ ପାର୍ଟନରଙ୍କ ସହ ପାଳନ କରିବା ଦ୍ୱାରା ଭାଲେଣ୍ଟାଇନ୍‌ ଡେ’ କୁ ଆହୁରି ଖାସ୍‌ କରିପାରିବେ।

-ପାର୍ଟନରଙ୍କ ପାଇଁ ଭଲ ସରପ୍ରାଇଜ୍‌ ପ୍ଲାନ କରି ତାଙ୍କ ସହ ସବୁଦିନ ପାଇଁ ଭଲପାଇବାର ଶପଥ କରିପାରିବେ। ସମ୍ପର୍କକୁ ସବୁଦିନ ସାଇତି ରଖିବା ପାଇଁ ଶପଥ କରନ୍ତୁ।

-ନିଜ ଜୀବନସାଥୀଙ୍କ ମନର କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ନିଜ ସାଥୀଙ୍କ ପସନ୍ଦ ଅନୁସାରେ ତାଙ୍କୁ ଓ୍ଵିଶ୍‌ କରନ୍ତୁ। ପରସ୍ପର ନିଜର ମନ କଥା ଜାଣିବା ନିହାତି ଆବଶ୍ୟକ। ଏଥିସହ ସବୁଦିନ ପାଇଁ ପାର୍ଟନରଙ୍କ ମନ ବୁଝିବା ପାଇଁ ଶପଥ କରନ୍ତୁ।

promise--ପାର୍ଟନରଙ୍କ ଛୋଟ ବଡ ସବୁ କଥାକୁ ଭଲଭାବେ ଧ୍ୟାନ ରଖିବା ପାଇଁ ଶପଥ କରନ୍ତୁ। ଏଥିସହ ନିଜ ପାର୍ଟନରଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରି ଖୁଆନ୍ତୁ।

-ପାର୍ଟନରଙ୍କ ଖୁସିର ଧ୍ୟାନ ରଖନ୍ତୁ। ତାଙ୍କର ପ୍ରତ୍ୟେକ ଓ୍ଵିଶ୍‌କୁ ଜାଣନ୍ତୁ ଏବଂ ସାଥୀଙ୍କୁ କିଛି ସ୍ପେଶାଲ ଫିଲ୍‌ କରାନ୍ତୁ।

-ପ୍ରତ୍ୟେକ ସମୟରେ ନିଜ ସାଥୀଙ୍କ ସାଥ୍‌ ଦେବା ପାଇଁ ଶପଥ କରନ୍ତୁ।

promise-ଯେତେ ସମସ୍ୟା ଆସିଲେ ମଧ୍ୟ ନିଜ ପାର୍ଟନରଙ୍କୁ ସର୍ବଦା ସତ କହିବା ପାଇଁ ଶପଥ କରନ୍ତୁ।

-ଯଦି ମହିଳାମାନେ ନିଜ ଘର କାମରେ ସର୍ବଦା ବ୍ୟସ୍ତ ରହିଥାନ୍ତି ତେବେ ନିଜ ପାର୍ଟନରଙ୍କୁ ସମୟ ଦେବା ପାଇଁ ପ୍ରମିଜ୍‌ ଡେ’ରେ ଶପଥ କରନ୍ତୁ। ଏଥିସହ ସମୟ ବାହାର କରି କେବେ କେବେ ନିଜ ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.