Below header

ଆପଣଙ୍କ ଘର ବ୍ଯବହୃତ  ଏହି  ଜିନିଷକୁ ଖୋଲା ଛାଡ଼ିବା ହୋଇଥାଏ ଅସଫଳତାର କାରଣ

ଯଦି ଅନେକ ଚେଷ୍ଟା ପରେ ମଧ୍ୟ ଆପଣଙ୍କର ମହତ୍ତ୍ବପୂର୍ଣ୍ଣ କାମ ପୁରା ହେଉନାହିଁ। କିମ୍ବା ଅନେକ ଚେଷ୍ଠା କରିବା ପରେ ମଧ୍ୟ ଆପଣଙ୍କୁ ଧନ ପ୍ରାପ୍ତି ହେଉନାହିଁ ତେବେ ଏହା ପଛରେ ରହିଛି ଆପଣଙ୍କ ଘରେ ରହିଥିବା ଡ଼ଷ୍ଟବିନ୍। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଆପଣଙ୍କ ଘରେ ରହିଥିବା ଆବର୍ଜନା ସ୍ଥାନ ଏବଂ ଅନ୍ଯନ୍ଯା ଜିନିଷ ଖୋଲାଛାଡ଼ିବା ଆପଣଙ୍କ ସପଳତାରେ ବାଧା ସାଜିଥାଏ । ଘରେ ସଫାସୁତରା ପାଇଁ ବ୍ଯବହାର ହେଉଥିବା ଅନେକ ଜିନିଷ ସହ ଆମର ସଫଳତା ଜଡ଼ିତ ରହିଥାଏ। ଆସନ୍ତୁ ଜାଣିବା କଣ ରହିଛି ତାହା।

wrdustbin

-ଡ଼ଷ୍ଟବିନ୍ ଭୁଲରେ ମଧ୍ୟ ଖୋଲା ସ୍ଥାନରେ ରଖନ୍ତୁ ନାହିଁ। ଖୋଲାସ୍ଥାନରେ ରଖାଯାଇଥିବା ଡ଼ଷ୍ଟବିନ୍ ଆପଣଙ୍କ ଅସଫଳତାର କାରଣ ହୋଇଥାଏ। ଏଣୁ ସବୁବେଳେ ଘରର ଏକ କୋଣ ସ୍ଥାନରେ ଡ଼ଷ୍ଟବିନକୁ ବନ୍ଦ କରି ରଖନ୍ତୁ।

-ଘରକୁ ସଫା ରଖିବା ପାଇଁ ବ୍ଯବହାର କରାଯାଉଥିବା ଝାଡ଼ୁକୁ କେବେ ମଧ୍ୟ ରୋଷେଇ ଘର ସାମ୍ନାରେ ରଖନ୍ତୁ ନାହିଁ। ବିଶେଷ କରି ବ୍ଯବହାର କରୁଥିବା ଝାଡ଼ୁକୁ ଲୁଚେଇ ରଖିବା ଉଚିତ୍।

jhadu

-ଘରେ ଖୋଲା ଅଲମାରୀ ବା କୌଣସି କବାଟ ବିହିନ ଅଲମାରୀ ବାସ୍ତୁଶାସ୍ତ୍ର ଅନୁଯାୟୀ ଅଶୁଭ କୁହାଯାଇଥାଏ। କୁହାଯାଇଥାଏ କି ଏହା ଦ୍ବାରା ଘରେ ନକାରତ୍ମକ ଉର୍ଜା ଜାତ ହୋଇଥାଏ।

-ଘରକୁ ମଜବୁତ କରିବା ପାଇଁ ଲଗାଯାଇଥାଏ ବିମ୍। କେବେ ମଧ୍ୟ ଘରର ବିମ୍ ତଳେ ଶୋଇବା ପଲଙ୍କ ପକାନ୍ତୁ ନାହିଁ। ଏହା ଦ୍ବାରା ସମସ୍ତ କାମରେ ଆପଣଙ୍କୁ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.