ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ୫ଟି ଜିନିଷ

ଦୁନିଆର ସବୁ ବ୍ୟକ୍ତି ଚାହାଁନ୍ତି, ସେମାନଙ୍କ ଘର ସୁଖ, ସମୃଦ୍ଧିରେ ପୂରି ଉଠୁ। ଏହାସହିତ ପ୍ରତ୍ୟେକ ଲୋକ ଚାହାଁନ୍ତି, ଭଗବାନ ସେମାନଙ୍କ ଘରେ ବାସ କରନ୍ତୁ। ଏଥିପାଇଁ ଅଧିକାଂଶ ଲୋକ ସକାଳୁ ପୂଜା କରିବା ସହିତ ଦାନଧର୍ମ କରିଥାଆନ୍ତି। ଆଜି ଆମେ ଆପଣଙ୍କୁ ସେହି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକି ଆପଣଙ୍କ ଘରେ ସୁଖ, ସମୃଦ୍ଧି ଆଣିପାରିବ।

ଚନ୍ଦନ

ଚନ୍ଦନକୁ ବହୁତ ପବିତ୍ର ବୋଲି ଧରାଯାଏ। ଏହାର ସୁଗନ୍ଧରେ ପରିବେଶରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ସବୁ ଦେବତାଙ୍କ ପୂଜାରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ କି, ଚନ୍ଦନ ତିଳକ ଲଗାଇଲେ ମନକୁ ଶାନ୍ତି ମିଳିଥାଏ।

ବୀଣା

ଦେବୀ ସରସ୍ୱତୀ ବୁଦ୍ଧ ଏବଂ ଜ୍ଞାନର ଦେବୀ। ସେ ହସ୍ତରେ ବୀଣା ଧାରଣ କରିଥାଆନ୍ତି। ଯଦି ଆପଣ ଘରେ ବୀଣା ରଖିବେ, ତା’ହେଲେ ସରସ୍ୱତୀଙ୍କ କୃପାରେ ପରିବାର ସଦସ୍ୟଙ୍କ ବୁଦ୍ଧି ବିକଶିତ ହୋଇପାରିବ। ଏଥରୁ ଆପଣଙ୍କୁ କଠିନ ପରିସ୍ଥିତିରେ ବି ଧୌର୍ଯ୍ୟ ଧରିବା ପାଇଁ ପ୍ରେରଣା ମିଳିପାରିବ।

ଘିଅ

ଘିଅକୁ ସବୁବେଳେ ଘରେ ରଖିବା ଉଚିତ। ଏହାକୁ ନିୟମିତ ରୂପରେ ସେବନ କରିବା ଦରକାର। ଘିଅ ଶକ୍ତି ପ୍ରଦାନ କରିଥାଏ ଏବଂ ଶରୀରକୁ ସୁସ୍ଥ ରଖିଥାଏ। ସନ୍ଧ୍ୟାରେ ଏକ ଘିଅଦୀପ ଘରେ ଜଳାଇବା ଉଚିତ। ଏହାଦ୍ୱାରା ବିଶେଷ ଲାଭ ହୋଇଥାଏ।

ମହୁ

ବାସ୍ତୁ ଅନୁସାରେ ଘରେ ମହୁ ରଖିବା ଲାଭଦାୟକ ହୋଇଥାଏ। ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଯାଏ। ପୂଜା ପାଇଁ ମହୁ ମଧ୍ୟ ଆବଶ୍ୟକ ଅଟେ।

ପାଣି

କୁହାଯାଏ କି, ଘରେ ସବୁବେଳେ ସଫା ପାଣି ଭରି ରଖିବା ଉଚିତ। କୌଣସି ଅତିଥି ଘରକୁ ଆସିଲେ, ତାଙ୍କୁ ପ୍ରଥମେ ଥଣ୍ଡା ପାଣି ପିଇବାକୁ ଦେବା ଉଚିତ। ଏହାଦ୍ୱାରା କୁଣ୍ଡଳୀ ଦୋଷ ମଧ୍ୟ ଦୂର ହୋଇଯାଏ।