ଏହି ରାଶିର ପୁଅ ହୋଇଥାନ୍ତି ଭଲ ଓ ଯତ୍ନ ନେଉଥିବା ପତି, ଲାଇଫ ପାର୍ଟନରଙ୍କୁ ହୃଦୟରେ ବସାଇ ରଖିଥାନ୍ତି 

ପ୍ରତ୍ୟେକ ଝିଅ ଜଣେ ଭଲ ପତି ଚାହିଁଥାନ୍ତି | ହିନ୍ଦୁ ଧର୍ମରେ ଜଣେ ଭଲ ବର ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସହାୟତା ନିଆଯାଇଥାଏ | କୁଣ୍ଡଳୀର ମେଳ କରାଯାଇଥାଏ | କୁହାଯାଏ ବିବାହ 7 ଜନ୍ମ ପାଇଁ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ରାଶି ବିଷୟରେ କୁହାଯାଇଛି ଯେଉଁମାନେ ଜଣେ ଭଲ ପତି ହୋଇଥାନ୍ତି | ସେମାନଙ୍କ ପତ୍ନୀଙ୍କୁ ଆଖିରେ ବସାଇ ରଖିଥାନ୍ତି |ଆସନ୍ତୁ ଜାଣିବା ସେହି ରାଶିର ପୁଅଙ୍କ ବିଷୟରେ |

1. ବୃଷ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ରାଶିର ଜାତକ ବହୁତ ଇମାନଦାର ହୋଇଥାନ୍ତି | ପୁରା ସଚୋଟତାର ସହ ସମ୍ପର୍କ ନିଭାଇଥାନ୍ତି | ଏହି ରାଶିର ପୁଅ ଯାହାକୁ ବିବାହ କରିଥାନ୍ତି, ସେମାନଙ୍କୁ ସବୁ ପ୍ରକାର ଖୁସି ଦେଇଥାନ୍ତି | ପତ୍ନୀ ପ୍ରତି ବହୁତ ଇମାନଦାର ହୋଇଥାନ୍ତି | ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଇ,ଉ ,ଏ ,ଓ, ବା, ବି,ବୁ,ବେ,ବୋ, ହୋଇଥାଏ, ସେମାନଙ୍କ ରାଶି ବୃଷ |

2. କର୍କଟ ରାଶି :

ଏହି ରାଶିର ଲୋକେ ସରଳ ଓ ସାଧାରଣ ଜୀବନ ବିତାଇବାକୁ ଭଲ ପାଇଥାନ୍ତି | ସର୍ବଦା ବିନମ୍ରତା ଭାବ ଦେଖାଇଥାନ୍ତି | ସବୁ ସମ୍ପର୍କ ପ୍ରତି ଇମାନଦାର ହୋଇଥାନ୍ତି | ଏମାନେ ପାର୍ଟନରଙ୍କୁ ଧୋକା ଦେବାକୁ ପସନ୍ଦ କରନ୍ତି ନାହିଁ | ଏମିତି ଜୀବନସାଥୀ ଭାଗ୍ୟରେ ଥିଲେ ମିଳେ | ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ହି, ହେ,ହୋ,ଡା,ଡି,ଡୋ ହୋଇଥାଏ, ସେମାନଙ୍କ ରାଶି କର୍କଟ |

3. କନ୍ୟା ରାଶି :

ଏହି ରାଶିର ପୁଅ ସେମାନଙ୍କ ଜୀବନସାଥୀର ସାଙ୍ଗ କେବେ ଛାଡ଼ିନଥାନ୍ତି | ବ୍ୟବହାରିକ ଜୀବନରେ ମଧ୍ୟ ଏମାନେ ବହୁତ ଇମାନଦାର ହୋଇଥାନ୍ତି | ଏମାନେ ପାର୍ଟନରଙ୍କ ସବୁ ଇଚ୍ଛା ପୂର୍ଣ କରିବାକୁ ପ୍ରସ୍ତୁତ ଥାନ୍ତି | ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଢ଼ୋ,ପା,ପି,ପୁ,ପେ,ଷ,ଣ,ଠ ହୋଇଥାଏ ସେମାନଙ୍କ ରାଶି କନ୍ୟା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.