ଫ୍ୟାନଙ୍କ ବାଇକ ନେମ ପ୍ଲେଟରେ ନିଜ ସ୍କେଚ ଦେଖି ଏମିତି ରିଆକ୍ସନ ଦେଲେ ସୋନୁ ସୁଦ

ଟ୍ୱିଟରରେ ଜଣେ ୟୁଜର ଏମିତି ଏକ ଫଟୋ ସେୟାର କରିଛନ୍ତି । ଯାହାର ଜବାବ ନଦେଇ ସୋନୁ ସୁଦ ନିଜକୁ କଣ୍ଟ୍ରୋଲ କରିପାରିଲେ ନାହିଁ । ଫୋଟୋରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ବାଇକ ଉପରେ ବସିଥିବା ନଜର ଆସିଛନ୍ତି ଯାହାଙ୍କର ନମ୍ବର ପ୍ଲେଟରେ ସୋନୁ ସୁଦଙ୍କ ସ୍କେଚ ବନାଯାଇଥିବା ଦେଖାଯାଇଛି । ଆଉ ଏହି ସ୍କେଚ ତଳେ ଲେଖାଯାଇଛି “ଦ ରିୟଲ ହିରୋ ସୋନୁ ସୁଦ” । ଏହି ଫଟୋ ଭାଇରାଲ ହେବା ପରେ ସୋନୁ ଏହା ଉପରେ ନିଜ ମତ ରଖିଛନ୍ତି । ମଜାଦାର ରିପ୍ଲାଏ ଦେଇ ଲେଖିଛନ୍ତି । ଟ୍ୱିଟରେ ଲେଖିଛନ୍ତି, “ଏହି ଯୁବକ ଜଣଙ୍କ ନିଶ୍ଚିତ ରୂପେ ମୋ’ ଠାରୁ ଚାଲାଣ କଟେଇବ ଆଉ ଏହା ପରେ ଫାଇନ ବି ଆଦାୟ କରେଇବ ।” କହିରଖୁଛୁକି କିଚା ସୂଦୀପ ଓ ଅଜୟ ଦେଵଗନଙ୍କ ହିନ୍ଦୀ ଭାଷା ବିବାଦକୁ ନେଇ ବି ସୋନୁ ନିଜ ମତ ରଖିଥିଲେ । ସେ ଏହା କହିଥିଲେକି ମୋତେ ଲାଗୁନିକି ହିନ୍ଦୀ କୁ ହିଁ କେବଳ ରାଷ୍ଟ୍ରଭାଷା କୁହାଯିବା ଦରକାର । ଭାରତର କେବଳ ମାତ୍ର ଗୋଟିଏ ଭାଷା ତାହା ହେଉଛି ଏଣ୍ଟରଟେନମେଣ୍ଟ ।

 

କହିରଖିବା ଉଚିତ ହେବଯେ ସୋନୁ ଖୁବଶୀଘ୍ର ସାଉଥ ଇଣ୍ଡଷ୍ଟ୍ରିର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଚିରଞ୍ଜିବି ମୁଖ୍ୟ ଭୂମିକାରେ ନଜର ଆସିବେ । ଆଉ ଏଥିରେ ରାମ ଚରଣ ବି ନଜର ଆସିବେ । ଏହା ବାଦ ସୋନୁ ରୋଡ଼ିଜ ରେ ନଜର ଆସିବାକୁ ଯାଉଛନ୍ତି । କହିରଖିବା ଉଚିତ ହେବକି ସୋନୁ ସୁଦ କରୋନା ସମୟରେ ଖୁବ ଲୋକପ୍ରିୟ ହୋଇଥିଲେ । ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିଲା । ଦେଶର ହିରୋ ପାଲଟି ଯାଇଥିଲେ ସୋନୁ । କାହାକୁ ପଢ଼ା ପାଇଁ ଟଙ୍କା ଦେବାକୁ ହେଉ ଅବା କାହାକୁ ନିଜ ଜନ୍ମ ସ୍ଥାନକୁ ପଠେଇବାକୁ ହେଉ ସୋନୁ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.