ନିଶାଗ୍ରସ୍ତ ବରକୁ ପାନେ ଦେଲେ କନ୍ୟା ପିତା, ଝିଅକୁ ଅନ୍ୟ ଜଣଙ୍କ ସହ ବାହା କରିଦେଲେ

ବରଯାତ୍ରୀ ଆସି କନ୍ୟା ଘର ସାମ୍ନାରେ ପହଁଚିଲେ  ।  ନାଚି ଗାଈ ବି ମସ୍ତି ବି କଲେ  ।  କିନ୍ତୁ ଆସିଥିବା ବର ସହିତ ବାହାହୋଇପାରିଲା ନାହିଁ କନ୍ୟା  ।  କନ୍ୟା ପିତା ରାଗରେ ନିଜ ଝିଅର ବିବାହ ଆଉ ଜଣଙ୍କ ସହ କରିଦେଲେ  ।  ପ୍ରକୃତରେ ଘଟଣାଟି ଘଟିଛି ଏହିପରି  ।  ବରଯାତ୍ରୀ ଝିଅ ଘର ନିକଟରେ ପହଂଚନ୍ତେ ନିଶାଗ୍ରସ୍ତ ବର ନିଜ ହୋସ ଆବାସ ହରାଇ ବସିଥିଲେ | କଣ ହେଲା କେଜାଣି କାରରୁ ଓଲ୍ହାଇ ପଡିଲେ ଓ ସାଙ୍ଗ ମାନଙ୍କ ସହିତ ଭାଙ୍ଗଡା ନାଚିବାକୁ ଲାଗିଲେ  ।  ଏତେ ନାଚିଲେଯେ ଶୁଭ ମୁହୂର୍ତ୍ତ ବି ଗଡ଼ିଗଲା | ଏହି ଘଟଣାକୁ ନେଇ କନ୍ୟା ପିତା ରାଗରେ ବରଯାତ୍ରୀଙ୍କୁ ନିରାଶ କରି ଛାଡିଦେଲେ | ଖାଲି ନିରାଶ କଲେନି ଝିଅର ବିବାହ ଆସିଥିବା ଜଣେ ଅତିଥିଙ୍କ ସହ କରିଦେଲେ  ।  ।

ମହାରାଷ୍ଟ୍ର ବୁଲଢାନା ଅଂଚଳରେ ଏକ ବିବାହ ସମାରୋହର ରୋଚକ ତଥା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ନିଶା ଗ୍ରସ୍ତ ବରକୁ ତା ନିଜର ନିଶା ହିଁ ଭାରି ପଡିଗଲା । ବେଢ଼ଙ୍ଗ ଭାବରେ ନାଚିବାରୁ ସେପଟେ ବିବାହ ମୁହୂର୍ତ୍ତ ବି ଗଡ଼ି ଯାଇଥିଲା । ଆଉ ଏଥିରେ କ୍ରୋଧାନ୍ୱିତ ହୋଇ କନ୍ୟା ପିତା ବରଯାତ୍ରୀଙ୍କୁ ତ ନିରାଶ କରି ଫେରେଇ ଦେଲେ | ତା ସହ ନିଜ ଝିଅର ବିବାହକୁ ଆସିଥିବା ଅନ୍ୟ ଜଣେ ଯୁବକ ସହିତ କରିଦେଲେ । ଘଟଣାଟି ପ୍ରକୃତରେ ଏପ୍ରିଲ ୨୪ତାରିଖରେ ବୁଲଢ଼ଣା ଜିଲ୍ଲାର ମାଲାକାପୁର ଗାଁରେ ଘଟିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ବରଯାତ୍ରୀ ଯେମିତିହିଁ ଝିଅ ଘର ପାଖରେ ପହଂଚିଥିଲେ, କଣ ହେଲା କେଜାଣି ବର ଜଣଙ୍କ କାରରୁ ଓଲ୍ହାଇ ନାଚିବାକୁ ଲାଗିଲେ । ନିଶାଗ୍ରସ୍ତ ଥିବାରୁ ହୁଏତ ନିଜ ହୋସ ହରାଇ ବସିଥିଲେ । ଆଉ ସେପଟେ ନାଚୁ ନାଚୁ ଶୁଭ ମୁହୂର୍ତ୍ତ ଗଡ଼ି ଯାଇଥିଲା ।

ସେପଟେ ଝିଅର ପିତା ଅଭିଯୋଗ ଆଣିଛନ୍ତିଯେ ମୁହୂର୍ତ୍ତ ଗଡ଼ିବା କାରଣରୁ ତାଙ୍କୁ ଖୁବ ବିରକ୍ତ ଲାଗିଥିଲା । ଆଉ ଯେବେ ସେ ଜାଣିଲେଯେ ତାଙ୍କ ଭାବି ଜ୍ୱାଇଁ ନିଶାଗ୍ରସ୍ତ ଅଛନ୍ତି । ଏହା ଶୁଣି ନିଜକୁ ଆଉ କଣ୍ଟ୍ରୋଲ କରିପାରିଲେ ନାହିଁ । ଆଉ ତା ପରେ ବି ବିଳମ୍ବ ବାବଦରେ ପଚରା ଯିବାରୁ ବରଯାତ୍ରୀ ମାନେ ମାରପିଟ ଆରମ୍ଭ କରିଦେଇଥିଲେ | ଅନ୍ୟ ପକ୍ଷରେ କନ୍ୟା ଘର ବି ଜୋରଦାର ସ୍ୱାଗତ କରି ଖାଇବା ବିନା ସେମାନଙ୍କୁ ଫେରେଇ ଦେଇଥିଲେ । ଯାହାର ବିବାହ ହେବାକୁ ଥିଲା ତାଙ୍କୁ ଫେରିବାକୁ ପଡିଲା ସିନା ଅନ୍ୟ ଜଣଙ୍କର ଭାଗ୍ୟ ଫିଟିଗଲା । ଆଉ ତାଙ୍କର ବିବାହ ହୋଇଗଲା । ଯାହାକୁ କହନ୍ତି ଚଟ ମଂଗନୀ ଓ ପଟ ବିବାହ ।ବିବାହ ସ୍ଥିର ହେବା ପରେ ଯଦି ଝିଅ ବିବାହ ନହୁଏ ଆଉ ବରଯାତ୍ରୀ ଖାଲି ହାତରେ ଫେରିଯାନ୍ତି । ତେବେ କନ୍ୟାକୁ ହିଁ ବଦନାମୀର ସାମ୍ନା କରିବାକୁ ପଡିଥାଏ । ସେପଟେ କନ୍ୟା ବି ନିଜର ଏହି ବିବାହକୁ ନେଇ ଖୁସିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.