Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରନାହିଁ, ଅନୁରୋଧ କଲେ ସେବାୟତ ଓ ଜାଗା ଦେଇଥିବା ବ୍ୟକ୍ତି

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି ନକରିବା ପାଇଁ ଅନୁରୋଧ କରିଛନ୍ତି ସେବାୟତ ଓ ଜାଗା ଦେଇଥିବା ବ୍ୟକ୍ତି । ନିର୍ମାଣ ପାଇଁ ନ୍ୟାସନାଲ ମନୁମେଣ୍ଟ ଅଥରିଟିର NOC ରହିଛି । ଏଏସଆଇ ପ୍ରତିନିଧି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରହି ନିର୍ମାଣ ସମ୍ପର୍କରେ ଅବଗତ ଅଛନ୍ତି ।

ଏହାସହ ମାମଲା ହାଇକୋର୍ଟରେ ବିଚାରଧୀନ ଥିବାବେଳେ କୌଣସି ସ୍ଥଗିତଦେଶ ନାହିଁ।ଏପରି ସ୍ଥିତିରେ ପ୍ରକଳ୍ପ କାମରେ ରାଜନୀତି ନକରି କାମ ଶୀଘ୍ର ସାରିବାକୁ ଦାବୀ କରିଛନ୍ତି । ଶତାଧିକ ବ୍ଯକ୍ତି ପ୍ରକଳ୍ପ ପାଈଁ ଜାଗା ଦାନକରି ପ୍ରକଳ୍ପ ଶେଷ ପାଈଁ ଅପେକ୍ଷା କରିଛନ୍ତି । ଏଣୁ ଏହାକୁ ବିରୋଧ ନକରି ସହଯୋଗ କରିବାକୁ ନିବେଦନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.