ଗୋରା ଓ ସୁନ୍ଦର ତ୍ୱଚା ପାଇଁ ଏମିତି ଲଗାନ୍ତୁ ଚାଉଳ ଅଟା, ହସି ଉଠିବ ଆପଣଙ୍କ ତ୍ୱଚା

ଆମେ ସମସ୍ତେ ଚାଉଳ ଅଟାକୁ ଖାଦ୍ୟ ଭାବେ ବ୍ୟବହାର କରିଥାଉ | ହେଲେ ଚାଉଳ ଅଟାରେ ଯେ ତ୍ୱଚାକୁ ସୁନ୍ଦର ଓ ଦାଗହିନ କରିହେବ କ୍ଵଚିତ ଜାଣିଥିବେ | ଦାଗହିନ ଓ ଉଜ୍ଜଳ ତ୍ୱଚା ପାଇବା ପାଇଁ ଚାଉଳ ଅଟା ବ୍ୟବହାର କରିପାରିବେ | ଚାଉଳ ଅଟାରେ ଆପଣ ଚାରି ପ୍ରକାର ଫେସ ପ୍ୟାକ ବନାଇପାରିବେ | ଯାହାକୁ ବ୍ୟବହାର କରି ଆପଣଙ୍କ ତ୍ୱଚାକୁ କରିପାରିବେ ସୁନ୍ଦର ଓ ଜୀବନ୍ତ | ଆସନ୍ତୁ ଜାଣିବା ଚାଉଳ ଅଟାରେ ପ୍ରସ୍ତୁତ କିଛି ଫେସ ପ୍ୟାକ |

1. ତ୍ୱଚାର ଶୁଖାପଣ ଦୂର କରିବା ପାଇଁ – ଯଦି ଆପଣଙ୍କ ତ୍ୱଚା ବହୁତ ଶୁଷ୍କ ତେବେ ଆପଣ 2 ଚାମଚ ଚାଉଳ ଅଟାରେ 4 ଚାମଚ ଗୋଲାପ ଜଳ ଓ 1 ଚାମଚ ଘିଅ ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ | ଏହାକୁ ତ୍ୱଚାରେ ଲଗାଇବାର 15 ମିନିଟ ପରେ ଅଳ୍ପ ଉଷୁମୁ ପାଣିରେ ଧୋଇ ଦିଅନ୍ତୁ | ଏହାଦ୍ୱାରା ଡ୍ରାୟନେସ ସମସ୍ୟା ଦୂର ହେବ |

2. ଗୋରା ତ୍ୱଚା ପାଇଁ – 1 ଟି ଟମାଟର ରସରେ 1 ଚାମଚ ଚାଉଳ ଅଟା ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ | ଚେହେରାରେ ଲଗାଇବାର 15-20 ମିନିଟ ପରେ ଧୋଇ ଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଚେହେରା ଏକଦମ ଗୋରା ହୋଇଯିବ |

3. କଳା ଦାଗ ଦୂର କରିବା ପାଇଁ – ଯଦି ଆପଣଙ୍କ ମୁହଁରେ କଳା ଦାଗ ରହିଛି ତେବେ 1 ଚାମଚ ଚାଉଳ ଅଟାରେ 1 ଚାମଚ ଗୋଲାପ ଜଳ ଓ 1 ଚାମଚ ବାଦାମ ତେଲ ମିଶାଇ ପ୍ୟାକ ତିଆରି କରନ୍ତୁ | ଏହାକୁ ସପ୍ତାହରେ ଅତି କାମ ରେ 3 ଥର ଲଗାନ୍ତୁ | ଅଳ୍ପ ଦିନରେ ତଫାତ ଦେଖିବେ |

4. ଉଜ୍ଜ୍ୱଳତା ପାଇଁ – 1 ଚାମଚ ଚାଉଳ ଅଟାରେ 1 ଚାମଚ ଚନ୍ଦନ ପାଉଡର ଓ 1 ଚାମଚ ହଳଦୀ ମିଶାଇ ପ୍ୟାକ ତିଆରି କରନ୍ତୁ | ଏହାକୁ ଚେହେରାରେ ଲଗାଇବାର 15 ମିନିଟ ପରେ ଧୋଇ ଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଚେହେରା ଉଜ୍ଜଳ ହୋଇଯିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.