କଲରାର ପିତାପଣ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ, ଛୋଟ ପିଲା ବି ଜାଣିପାରିବେନି

ପାଟିକୁ ପିତା ଲାଗୁଥିବାରୁ ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଆପଣ ଯଦି ରୋଷେଇ କରିବା ବେଳେ କିଛି ଟିପ୍ସ ଆପଣାଇବେ ତେବେ କଲରାର ଉତ୍କଟ ପିତାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା କଲରାର ପିତାପଣ ଦୂର କରିବାକୁ ସହଜ ଟିପ୍ସ…

  • କଲରାର ପିତା ଅଂଶ ଦୂର କରିବା ପାଇଁ ଏହାର ଚୋପାକୁ ଛଡ଼ାଇ ତା’ ଉପରେ ଶୁଖିଲା ଅଟା ଓ ଲୁଣ ଲଗାନ୍ତୁ। ଏଭଳି ଘଣ୍ଟେ ପାଇଁ ଛାଡ଼ି ଦିଅନ୍ତୁ। ତା’ ପରେ ଧୋଇ ସାରି ରାନ୍ଧନ୍ତୁ।
  • କଲରାକୁ ମଝିରୁ କାଟି ଅଧ ଘଣ୍ଟା ପାଇଁ ଚାଉଳ ପାଣିରେ ଭିଜାଇ ଦିଅନ୍ତୁ। ତା’ ପରେ ରୋଷେଇ କରନ୍ତୁ। ପିତା ଲାଗିବ ନାହିଁ।
  • ରାନ୍ଧିବା ପୂର୍ବରୁ କଲରାକୁ କାଟି କିଛି ସମୟ ପାଇଁ ଲୁଣ ପାଣିରେ ପକାଇ ଦିଅନ୍ତୁ। ଏଭଳି କଲେ ପିତା ଅଂଶ ଦୂର ହେବ।
  • କଲରା ରାନ୍ଧିବା ବେଳେ ଏଥିରେ ଅଳ୍ପ ଆମଚୁର ପାଉଡର ପକାଇଲେ ଆଉ ପିତୁଳି ଲାଗିବ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.