ପିନ୍ଧନ୍ତୁ ପ୍ରେମିକଙ୍କ ପୋଷାକ ଆଉ ରୁହନ୍ତୁ ବିନ୍ଦାସ, ପାଖ ମାଡିବନି ମାନସିକ ଚିନ୍ତା

ପ୍ରେମ ଏପରି ଏକ ସମ୍ପର୍କ, ଯାହାକୁ ଛାଡି ପ୍ରେମିକ କିମ୍ବା ପ୍ରେମିକା ବଞ୍ଚି ରହିବା ଅସମ୍ଭବ। ସେମାନେ ସବୁବେଳେ ପରସ୍ପର ପାଖରେ ରହିବାକୁ ଇଚ୍ଛା କରିଥାନ୍ତି। କ୍ଷଣିକ ମାତ୍ର ଦୂରତା ସେମାନେ ବରଦାସ୍ତ କରିପାରନ୍ତି ନାହିଁ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରେମୀ ଯୁଗଳ ପରସ୍ପରଠାରୁ ଦୂରରେ ରହିବ ଅତ୍ୟାବଶ୍ୟକୀୟ ହୋଇପଡିଲାଣି। ନ ଚାହିଁଲେ ମଧ୍ୟ ଆପଣଙ୍କୁ ଏ କଷ୍ଟ ସହିବାକୁ ପଡେ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଟିପ୍ସ ଦେବୁ ଯାହା ଆପଣଙ୍କୁ ସବୁବେଳେ ଆପଣଙ୍କ ମନର ମଣିଷର ଉପସ୍ଥିତିକୁ ଅନୁଭବ କରାଇବ। ତେଣୁ ଯଦି ଆପଣଙ୍କ ପ୍ରେମିକ ମଧ୍ୟ ଆପଣଙ୍କ ପାଖରେ ନାହାନ୍ତି, ତେବେ ମନ ଦୁଃଖ କରନ୍ତୁ ନାହିଁ।

shirt

ତେବେ ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣ ପଡିଛି ଯେ ଯୁବତୀମାନେ ସେମାନଙ୍କ ପ୍ରେମିକଙ୍କ ଡ୍ରେସ ପିନ୍ଧିବା ଦ୍ୱାରା ସେମାନଙ୍କ ମାନସିକ ଚିନ୍ତା କମ୍‌ ହୋଇଥାଏ। ଯଦି ଆପଣ ନିଜ ପ୍ରେମିକ କିମ୍ବା ସ୍ୱାମୀଙ୍କୁ ଛାଡି ଏକୁଟିଆ ରହୁଥାନ୍ତି, ତେବେ ତାଙ୍କ ଉପସ୍ଥିତିକୁ ଅନୁଭବ କରିବା ପାଇଁ ଆପଣ ମଧ୍ୟ ଆପଣଙ୍କ ସ୍ୱାମୀ ବା ବୟ ଫ୍ରେଣ୍ଡଙ୍କ ପୋଷାକ ପିନ୍ଧିପାରିବେ।

ଏପରି କରିବା ଫଳରେ ତାଙ୍କ ପୋଷାକରୁ ଆସୁଥିବା ସ୍ମେଲ ଆପଣଙ୍କ ଏକଲାପଣ ଦୂର କରିବା ସହ ମାନସିକ ଚିନ୍ତାକୁ ମଧ୍ୟ ଦୂର କରିବ। ସର୍ଭେ ରିପୋଟ ମୁତାବକ ମନର ମଣିଷର ଗନ୍ଧ ପୋଷାକରେ ରହିଥାଏ, ଯାହା ଆପଣଙ୍କ ମାନସିକ ଚିନ୍ତା ଦୂର କରିଥାଏ।

ବେଳେ ବେଳେ ପ୍ରେମିକଙ୍କ ଅଭାବକୁ ଦୂର କରିବା ପାଇଁ ଯୁବତୀମାନେ ତାଙ୍କ ବେଡରେ ମଧ୍ୟ ଶୋଇବାକୁ ପସନ୍ଦ କରନ୍ତି। ଏପରି କରିବା ଦ୍ୱାରା ଆପଣ ତାଙ୍କର ଉପସ୍ଥିତିକୁ ମଧ୍ୟ ଅନୁଭବ କରିପାରିବେ। ପ୍ରେମିକଙ୍କ ଅନୁପସ୍ଥିତି ସମୟରେ ତାଙ୍କ ବ୍ୟବହାର୍ଯ୍ୟ ଜିନିଷର ବ୍ୟବହାର ଆପଣଙ୍କ ମନକୁ ଶାନ୍ତି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.