ପିଙ୍କ୍‌ ବଲ୍‌ ଟେଷ୍ଟ : କୋହଲି ଓ ପୂଜାରାଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୭୪/୩

କୋଲକାତା : ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ଆଜି ପିଙ୍କ୍‌ ବଲ୍‌ ଟେଷ୍ଟର ପ୍ରଥମ ଦିନର ବିଶେଷ ଆକର୍ଷଣ ଥିଲା । ଏହି ଦିବାରାତ୍ର ମ୍ୟାଚ୍‌ରେ ଆଜି ବାଂଲାଦେଶକୁ ମାତ୍ର ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରି ଆଜିର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍‌ରେ ୧୭୪ ରନ୍‌ କରିଛି । ପୂଜାରା ୫୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ କୋହଲି ୫୯ ରନ୍‌ କରି ଅପରାଜିତ ଅଛନ୍ତି । ଏହି ଇନିଂସ୍‌ ବେଳେ ଅଧିନାୟକ ଭାବେ ବିରାଟ ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ୫ ହଜାର ରନ୍‌ ପୂରଣ କରିଛନ୍ତି । ତାଙ୍କ ସହ ଖେଳୁଛନ୍ତି ୨୩ ରନ୍‌ କରିଥିବା ଅଜିଙ୍କ୍ୟ ରାହାଣେ । ଏବେ ଭାରତ ୬୮ ରନ୍‌ରେ ଆଗୁଆ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.