ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନ ଅହେତୁକ ବିଳମ୍ବ ଅଭିଯୋଗର ଆରମ୍ଭ ହୋଇଛି ବିଧିବଦ୍ଧ ତଦନ୍ତ

ଭୁବନେଶ୍ବର(କେନ୍ୟୁଜ୍): ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନରେ ଅହେତୁକ ବିଳମ୍ବ ଅଭିଯୋଗର ଆରମ୍ଭ ହେଲା ଖୋଳତାଡ଼ । ତଦନ୍ତ କରୁଛନ୍ତି ତିନି ଜଣିଆ ଉଚ୍ଚସ୍ତରୀୟ କମିଟି । କମିଟିର ମୁଖ୍ୟ ଅଛନ୍ତି ମୁଖ୍ୟ ଶାସନ ସଚିବ ଅସିିତ ତ୍ରିପାଠୀ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଗୃହ ସଚିବ ସଞ୍ଜୀବ ଚୋପ୍ରା ଅଛନ୍ତି କମିଟି ସଦସ୍ୟ । କାହିଁକି ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନରେ ହେଲା ବିଳମ୍ବ ? ଆବେଦନ କରିଥିବା ସଂସ୍ଥାଙ୍କର କିଛି ତ୍ରୁଟି ଥିଲା ନା ଜାଣିଶୁଣି ବିଳମ୍ବ କରାଯାଇଛି ? ଠିକ୍‌ ସମୟରେ ସାର୍ଟିଫିକେଟ ନ ଦେବାର ମୁଖ୍ୟ କାରଣ କ’ଣ ? ଏହା ପଛରେ କେଉଁମାନଙ୍କର ହାତ ରହିଛି ? ଏମିତି ଅନେକ ରହସ୍ୟଜନକ ପ୍ରଶ୍ନର ଉତ୍ତର ଖୋଜୁଛି ୩ଜଣିଆ କମିଟି ।

fire safety inquiry

ଏନେଇ ଗତକାଲି କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ ଗତ ୨ବର୍ଷ ଭିତରେ କେତୋଟି ସାର୍ଟିଫିକେଟ୍‌ ଦିଆଯାଇଛି, କେତୋଟି ବାତିଲ କରାଯାଇଛି ସେନେଇ ଆଲୋଚନା ହୋଇଛି । ସେହିଭଳି ଯେଉଁମାନଙ୍କର ବିଳମ୍ବ ହୋଇଛି, ସେମାନେ କେବେ ଠାରୁ ଆବେଦନ କରିଥିଲେ ? କାହା ପାଖରେ ଏହି ଫାଇଲ ପଡ଼ିି ରହିଥିଲା ? ଏସବୁର ଖୋଳତାଡ଼ ଚାଲିଛି । ଯେଉଁ ମାନଙ୍କୁ ସାର୍ଟିଫିକେଟ ଦିଆଯାଇଛି ସେମାନଙ୍କର କାଗଜପତ୍ର ଯାଞ୍ଚ ହୋଇଛି । ସେହିଭଳି ଯେଉଁମାନଙ୍କୁ ସାର୍ଟିଫିକେଟ ବାତିଲ କରାଯାଇଛି, କେଉଁ ପରିସ୍ଥିତିରେ ବାତିଲ ହେଲା ତାହାର ଉତ୍ତର ମଗାଯାଇଛି । ସେପଟେ ଆଉ କିଛି ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଅଦଳବଦଳ କରାଯାଇଛି । ଓଡିଶା ଅଗ୍ନିଶମ ବିପଯ୍ୟର୍ୟ ମୁକାବିଲା ନିର୍ଦ୍ଦେଶକ ତଥା ମୁଖ୍ୟ ଆଗ୍ନିକ ମହେଶ୍ୱର ସ୍ୱାଇଁକୁ ଦାୟିିତ୍ୱରୁ ହଟାଇ ଦିଆଯାଇଛି । କଟକ ଅଗ୍ନିଶମ ନିରୋଧ ଶାଖା କଥା ବୁଝୁଥିବା ଉପ ଆଗ୍ନିକ ଅରୁଣ ଷଡଙ୍ଗୀକୁ ଭବାନୀପାଟଣା ବଦଳି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.