Below header

ଚା-କଫି କିମ୍ବା ସିଗାରେଟ୍ ଯୋଗୁ ଏସିଡିଟି ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ଖରାପ ଲାଇଫଷ୍ଟାଇଲ ଯୋଗୁ ଏସିଡିଟି ସମସ୍ୟା ହେବା ଏକ ସାଧାରଣ କଥା। ଖାଇବା ପରେ ଛାତି ପୋଡ଼ା ହେବା, ତଣ୍ଟି ପୋଡ଼ିବା, ଗ୍ୟାସ ଆଦି ସମସ୍ୟା ଦେଖାଯାଏ। ତେବେ କେବଳ ଖାଦ୍ୟ ନୁହେଁ ଅଧିକ ଚା, କଫି ଓ ସିଗାରେଟ ପିଇବା ଦ୍ୱାରା ବି ଏସିଡିଟି ଭଳି ସମସ୍ୟା ଦେଖାଯାଏ। ପେଟ ଉପରେ କୁ-ପ୍ରଭାବ ପଡ଼େ। ଏଥିରୁ ମୁକ୍ତି ପାଇବାକୁ ଆପଣ କେତେକ ଘରୋଇ ଉପାୟ ଆପଣାଇ ପାରିବେ…

  • ଗ୍ୟାସରୁ ମୁକ୍ତି ପାଇଁ ଏକ ପାତ୍ରରେ କପେ ପାଣି ଓ ୧ କପ୍ ପାନମଧୁରୀ ପକାଇ ଫୁଟାନ୍ତୁ। ପରେ ଉଷୁମ କିମ୍ବା ଥଣ୍ଡା କରି ପିଅନ୍ତୁ।
  • ଖାଇବା ପରେ ଆପଲ ସାଇଡର ଭିନେଗାର କିମ୍ବା ଜାମୁ ଭିନେଗାର ପିଅନ୍ତୁ। ଏସିଡିଟି ଭଲ ହେବା ସହ ନିଶା ଅଭ୍ୟାସ ବି ଛାଡ଼ିଯିବ।
  • ଖାଇବା ପୂର୍ବରୁ ଫଳ, ସାଲାଡ଼ ଆଦି ଖାଆନ୍ତୁ। ତା’ ପରେ ରନ୍ଧା ଖାଦ୍ୟ ଖାଆନ୍ତୁ।
  • ରାତିରେ ଜିରା, ଧନିଆ, ମେଥି, ପାନମଧୁରୀ, ଜୁଆଣିକୁ ପାଣିରେ ଭିଜାଇ ସକାଳେ ଛାଣି ପିଇଦିଅନ୍ତୁ। ଖାଦ୍ୟ ନଳୀ ଠିକ୍ ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.