ହାତରେ ଥିବା ଚର୍ବି ପାଇଁ ସ୍ଲିଭଲେସ୍ ବ୍ଲାଉଜ ପିନ୍ଧି ପାରୁନାହାଁନ୍ତି କି ? ଏହାର ଉପଚାର ପାଇଁ ପ୍ରତିଦିନ କରନ୍ତୁ ଏହି ଆସନ

ମହିଳା ମାନେ ସୁନ୍ଦର ଓ ଆକର୍ଷଣ ଦେଖାଯିବା ପାଇଁ ସ୍ଲିଭଲେସ୍ ବ୍ଲାଉଜ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ମହିଳାଙ୍କ ବାହୁ ମୋଟା ହୋଇଥିବାରୁ ଇଚ୍ଛା ଥିଲେ ମଧ୍ୟ ସ୍ଲିଭଲେସ୍ ବ୍ଲାଉଜ ପିନ୍ଧି ପାରନ୍ତି ନାହିଁ। ଯେପରି ପେଟର ଚର୍ବି ଥିଲେ ମହିଳା ମାନେ ଫିଟିଙ୍ଗ କପଡା ପିନ୍ଧି ପାରନ୍ତି ନାହିଁ ଠିକ୍ ସେହିଭଳି ବାହୁ ମୋଟା ହୋଇଥିଲେ ସ୍ଲିଭଲେସ୍ ବ୍ଲାଉଜ୍ ପିନ୍ଧିଲେ ଭଲ ଦେଖାଯାଏ ନାହିଁ। ମହିଳା ମାନେ ଏଥିପାଇଁ ଅନେକ ଚେଷ୍ଟା କରି ମଧ୍ୟ ନିଜ ବାହୁର ଚର୍ବିକୁ କମାଇ ପାରନ୍ତି ନାହିଁ। ଏଭଳି କିଛି ଏକ୍ସରସାଇଜ ରହିଛି ଯାହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ବାହୁରେ ଥିବା ଚର୍ବି ଧିରେ ଧିରେ କମିବାକୁ ଲାଗିବ। ଏହାର ଅନ୍ୟ ଏକ ମାଧ୍ୟମ ହେଉଛି ପ୍ରତିଦିନ ଯୋଗ କରିବା। ତେବେ ଆସନ୍ତୁ ଜାଣିବା କେଉଁ ଯୋଗ ଆସନ କରି ଏହି ସମସ୍ୟାର ସମାଧାନ କରିପାରିବେ ଓ ସ୍ଲିଭଲେସ୍ ବ୍ଲାଉଜ ପିନ୍ଧିବାର ଇଚ୍ଛାକୁ ପୂରଣ କରିପାରିବେ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମିଳିବ ଅନେକ ଲାଭ:
ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ସୂର୍ଯ୍ୟ ନମସ୍କାର କରିଲେ ପ୍ରଥମରୁ କଷ୍ଟ ଅନୁଭବ ହୁଏ କିନ୍ତୁ ପରେ ଏହା ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଯାଏ। ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ବାହୁରେ ଥିବା ଚର୍ବି ଧିରେ ଧିରେ କମିବାକୁ ଲାଗେ। ଏହି ଆସନ କରିବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ।
ପ୍ଳେଙ୍କ ପୋଜ କରିବା ଦ୍ୱାରା ମିଳିବ ଲାଭ:
ପ୍ଳେଙ୍କ ପୋଜ କରିବା ଦ୍ୱାରା ଆପଣଙ୍କ କାନ୍ଧ, ବାହୁ, କହୁଣୀ ଓ ପିଠି ମଜବୁତ ରହିବ। ପ୍ରତିଦିନ ଏହି ପୋଜ୍ କରିବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କ ହାତର ଚର୍ବି କମାଇବାରେ ସାହାଯ୍ୟ କରିବ।
ଚତୁରାଙ୍ଗା ଦଣ୍ଡାସାନ:
ଏହି ଦଣ୍ଡାସନ କରିବା ଦ୍ୱାରା ଆପଣଙ୍କ ହାତର ଚର୍ବି କମିବାକୁ ଲାଗିବ। ଯଦି ଆପଣ ଏହି ଆସନ ପ୍ରତିଦିନ କରିବେ ତେବେ ନିଶ୍ଚିତ ରୂପେ ଏଥିରୁ ଲାଭ ପାଇବେ। ଯଦି ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ଏହି ଆସନ ନିଶ୍ଚିନ୍ତ କରନ୍ତୁ।