ୟୁକ୍ରେନ ନିର୍ମିତ ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ ଧ୍ୱଂସ କରିଦେଲା ରୁଷ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୫ ଦିନରେ ପହଞ୍ଚିଲାଣି। ଏହା ମଧ୍ୟରେ ୟୁକ୍ରେନ ନିର୍ମାଣ କରିଥିବା ବିଶ୍ୱର ସବୁଠାରୁ ବୃହତ୍ତମ ବିମାନକୁ ରୁଷ ସେନା ନଷ୍ଟ କରିଦେଇଛି। ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି, ରୁଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଭ୍‌ ବାହାରେ ଥିବା ହୋସ୍ତୋମେଲ୍‌ ବିମାନ ବନ୍ଦରରେ ଥିବା ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।

ଧ୍ୱଂସ ପାଇଥିବା ବିମାନ ପାଇଁ ଶୋକ ପ୍ରକଟ କରି ୟୁକ୍ରେନ୍‌ର ସରକାରୀ ଟ୍ୱିଟର ହ୍ୟାଣ୍ଡଲ୍‌ରେ ଲେଖାଯାଇଛି, ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ୱପ୍ନ) କିଭ୍‌ ନିକଟବର୍ତ୍ତୀ ବିମାନ ବନ୍ଦରରେ ରୁଷ ସେନା ଧ୍ୱଂସ କରିଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ । ଶକ୍ତିଶାଳୀ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍‌ ଗଠନ ନିମନ୍ତେ ଥିବା ଆମର ଅଭିଳାଷକୁ ପୂରଣ କରିବୁ।

ଅନ୍ୟପକ୍ଷରେ ବିମାନର ନିର୍ମାଣକାରୀ କମ୍ପାନୀ ଟ୍ୱିଟ୍ କରି କହିଛି: ‘ଏଏନ୍‌-୨୨୫’କୁ ବିଶେଷଜ୍ଞମାନେ ଯାଞ୍ଚ ନ କରିବା ପର୍ୟ୍ୟନ୍ତ ତା’ର ବୈଷୟିକ ଅବସ୍ଥା ସଂକ୍ରାନ୍ତରେ ଆମେ କୌଣସି ରିପୋର୍ଟ ଦେଇ ପାରିବୁ ନାହିଁ। ପରବର୍ତ୍ତୀ ଘୋଷରା ପାଇଁ ଅପେକ୍ଷା କରିବାକୁ ହେବ। ସୂଚନାଯୋଗ୍ୟ, ଗୁରୁବାର ଠାରୁ ରୁଷ ଉପରେ ୟୁକ୍ରେନ ଆକ୍ରମଣ କରିଛି।