Below header

କଣ ଆପଣ ଅଧିକ ସମୟ ଧରି ଇଅରଫୋନର ବ୍ୟବହାର କରୁଛନ୍ତି କି ? ତାହେଲେ ଜାଣି ନିଅନ୍ତୁ ତାର ପ୍ରଭାବ

ସାଧାରଣତଃ ଆମେ ସଂଗୀତ ଶୁଣିବା ପାଇଁ ନଚେତ କଥା ହେବା ପାଇଁ ଇଅରଫୋନର ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଇଅରଫୋନ ଲଗାଇ ଶୋଇବା ଆପଣଙ୍କ ପାଇଁ କେଉଁ ବିପଦର କାରଣ ହୋଇପାରେ ? କଣ ଆପଣ ଜାଣିଛନ୍ତି ଜୀବନରେ ବୃଦ୍ଧି ପାଉଥିବା ଟେକ୍ନୋଲୋଜିର ଭୂମିକା ନିଜ ସହିତ ଅନେକ ପ୍ରକାରର ରୋଗ ମଧ୍ୟ ନେଇ ଆସେ । ଏହା ମଧ୍ୟରେ ସାମିଲ ହୋଇଛି ଇଅରଫୋନ ବା ହେଡ଼ଫୋନ । ଏହା ଆପଣଙ୍କ ଇଅରଡ୍ରମ ପାଇଁ ସାଜିପାରେ ବିପଦର କାରଣ । ଆସନ୍ତୁ ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଇଅରଫୋନ କେତେ କ୍ଷତିକାରକ ।

ଇଅରଫୋନର ଅଧିକ ବ୍ୟବହାର ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଏକ ରିସର୍ଚ୍ଚ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ୮୦ ଡେସିବିଲସରୁ ଅଧିକ ସାଉଣ୍ଡରେ ସଂଗୀତ ଶୁଣିଥାଏ, ତାହେଲେ ତାକୁ ଶୁଣିବା ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅଥବା ସେ ସମ୍ପୂର୍ଣ ଭାବେ ବଧିର ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏହା ଶୁଣିବାର କ୍ଷମତାକୁ ପ୍ରଭାବିତ କରିଥାଏ । ଏହା ବ୍ୟତୀତ ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦର କାରଣ ସାଜିପାରେ । ଇଅରଫୋନର ଅତ୍ୟଧିକ ବ୍ୟବହାର ଦ୍ୱାରା ମସ୍ତିସ୍କ ଏବଂ କାନର ସିରା ଦୁର୍ବଳ ହୋଇଯାଇଥାଏ । ଯାହାଦ୍ୱାରା ଆପଣଙ୍କ ମସ୍ତିସ୍କ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ ।

ଆମ ମସ୍ତିଷ୍କର ସିରା ଗୁଡିକ ସବୁବେଳେ ସକ୍ରିୟ ରହିଥାଏ । କିନ୍ତୁ ଶୋଇବା ସମୟରେ ଇଅରଫୋନର ବ୍ୟବହାର କରିବା ଫଳରେ ଅନିଦ୍ରା ଧୀରେ ଧୀରେ ଆମ ପାଇଁ ଏକ ବହୁତ ବଡ଼ ସମସ୍ୟା ସୃଷ୍ଟି କରେ । ବିଗୁଡୁଥିବା ଜୀବନଶୈଳୀ ମଧ୍ୟ ଏହାର ଏକ ପ୍ରମୁଖ କାରଣ ଅଟେ । ଇଅରଫୋନର ଅଧିକ ବ୍ୟବହାର ଦ୍ୱାରା ଅନେକ ସମୟରେ ଏହା ଡିପ୍ରେସନର କାରଣ ସାଜିଥାଏ ।

ଏହାସହ ପଢନ୍ତୁ ପାଦର ଲକ୍ଷଣରୁ ହୋଇଯାଆନ୍ତୁ ସତର୍କ, ନହେଲେ ଆପଣ ମଧ୍ୟ ହୋଇପାରନ୍ତି ଏହିଭଳି ଭୟଙ୍କର ରୋଗରେ ପୀଡିତ

ଶୋଇବା ସମୟରେ ଇଅରଫୋନ ଲଗାଇ ଗୀତ ଶୁଣିବା ଦ୍ୱାରା ଏହା ଶରୀର ଉପରେ ଗଭୀର ମାତ୍ରାରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା କାନର ତ୍ୱଚା ଉପରେ ପ୍ରଭାବ ପଡିଥାଏ ଏବଂ ଶୁଣିବା ଶକ୍ତିକୁ ଏହା ପ୍ରଭାବିତ କରିଥାଏ । ଯଦି ଆପଣ ନିଜ ହେଡ଼ଫୋନକୁ ନିଜ ବନ୍ଧୁ ମାନଙ୍କ ସହ ସେୟାର କରୁଥାନ୍ତି ତାହେଲେ ଜାଣି ରଖନ୍ତୁ ଯେ ଆପଣ ସେହି ଜୀବାଣୁ ଗୁଡିକୁ ମଧ୍ୟ ସେୟାର କରୁଛନ୍ତି ଯାହା ଆପଣଙ୍କ କାନକୁ କ୍ଷତି ପହଞ୍ଚାଇ ଥାଏ । ଏହାଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.