Below header

ଏସବୁ ଜିନିଷକୁ ଛୁଇଁବା ପରେ ହାତ ନ ଧୋଇଲେ ହୋଇପାରନ୍ତି କରୋନାର ଶିକାର, ନିଶ୍ଚୟ ମାନନ୍ତୁ

ଏବେ ସାରା ଦେଶ କରୋନାର ଦ୍ୱିତୀୟ ଲହରୀ ସହ ଲଢ଼ୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେଉଛନ୍ତି ଓ ଅନେକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ସ୍ଥିତିରେ କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବା ଜରୁରୀ। ସେହିପରି ବାରମ୍ବାର ହାତ ମଧ୍ୟ ସଫା କରିବା ଉଚିତ। ଘରେ ରହୁଥିଲେ ସାବୁନରେ ହାତ ଧୁଅନ୍ତୁ। ସେହିପରି ଯଦି ବାହାରକୁ ଯାଉଛନ୍ତି, ତେବେ ସାନିଟାଇଜର ବ୍ୟବହାର କରନ୍ତୁ। ତେବେ ଆଜି ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ହାତ ଧୋଇବା ଅଧିକ ଜରୁରୀ…

  • ଫଳ ଓ ପନିପରିବା ଆଦି କାଟିବା ପୂର୍ବରୁ ଭଲ ଭାବେ ହାତ ଧୁଅନ୍ତୁ।
  • ଖାଇବା ପୂର୍ବରୁ ହାତ ଧୁଅନ୍ତୁ।
  • ଯଦି ଆପଣ କୌଣସି ରୋଗୀଙ୍କ ଯତ୍ନ ନେଉଛନ୍ତି, ତେବେ ନିୟମିତ ସାବୁନ୍‌ରେ ହାତ ଧୁଅନ୍ତୁ।
  • ଖଣ୍ଡିଆରେ ମଲମ ଲଗାଇବା ପରେ ହାତ ସଫା କରନ୍ତୁ।
  • ଆଖିରେ କଣ୍ଟାକ୍ଟ ଲେନ୍ସ ଲଗାଇବା ପୂର୍ବରୁ ହାତକୁ ଭଲ ଭାବେ ଧୁଅନ୍ତୁ।
  • ଖାଇବା ତିଆରି କରିବା ପୂର୍ବରୁ ହାତ ଧୁଅନ୍ତୁ।
  • ଟଏଲେଟ୍‌ ବ୍ୟବହାର କଲେ କିମ୍ବା ପିଲାଙ୍କ ଡାଇପର ବଦଳାଇଲେ ହାତକୁ ସାବୁନରେ ପରିଷ୍କାର ଭାବେ ସଫା କରନ୍ତୁ।
  • କାଶିବା ଓ ଛିଙ୍କିବା ପରେ ହାତ ପରିଷ୍କାର କରନ୍ତୁ।
  • ଗାଈ ଗୋରୁଙ୍କୁ ଚାରା ଦେବା ପରେ ହାତକୁ ଭଲ ଭାବେ ଧୁଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.